ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରହିଥିବା ବ୍ରହ୍ମପୁର ମହାନଗର ନିଗମ ସମେତ ୧୭ ଟି ସହରାଞ୍ଚଳ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଦଳୀୟ ପ୍ରାର୍ଥିନୀ ବିନେତା ସ୍ୱାଇଁ ବିଜୟୀ ହୋଇ ଥିବାବେଳେ ଏନ୍.ଏ.ସିର ୧୮ ଟି ୱାର୍ଡରୁ ତିନୋଟି ଅପ୍ରତିଦ୍ୱନ୍ଦୀ ଭାବରେ ବିଜୟୀ ହୋଇ ଥିବାବେଳେ ୧୨ ଟି ବିଜେଡି, ଗୋଟିଏ ବିଜେପି ଏବଂ ଦୁଇଟି ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ସେହିପରି ବେଲଗୁଣ୍ଠା ଏନଏସିରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଫିରୋଜ କୁମାର ସେଠୀ ବିଜୟୀ ହୋଇ ଥିବାବେଳେ ୧୩ ଟି ୱାର୍ଡରୁ ୯ ଟି ୱାର୍ଡରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇ ଥିବାବେଳେ ୪ଟି ୱାର୍ଡ ବିଜେଡି ଦଖଲ କରିଛି । ଜିଲ୍ଲାର ଭଞ୍ଜନଗର ଏନଏସିରେ ବିଜେଡି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର ବିଜୟୀ ହୋଇ ଥିବାବେଳେ ଏଠାକାର ୧୫ ଟି ୱାର୍ଡ ମଧ୍ୟରୁ ୬ ଟି ଅପ୍ରତିଦ୍ୱନ୍ଦୀ ଭାବରେ ବିଜୟୀ ହୋଇ ଥିବାବେଳେ ଅନ୍ୟ ୯ଟି ବିଜେଡି ଦଖଲ କରିଛି ।
ସେହିପରି ବୁଗୁଡ଼ା ଏନଏସିରେ ବିଜେଡି ପ୍ରାର୍ଥୀ ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ବିଜୟୀ ହୋଇ ଥିବାବେଳେ ଜଣେ ଅପ୍ରତିଦ୍ୱିନ୍ଦୀ ଭାବରେ ବିଜୟୀ ହୋଇଛନ୍ତି, ୧୦ ଟି ୱାର୍ଡ ବିଜେଡି, ୨ ଟି ୱାର୍ଡ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଜିଲ୍ଲାର ସଦରମହକୁମ୍ମା ଛତ୍ରପୁର ଏନ୍ ଏ ସି ରେ ବି ଜେ ପି ଦଳର ପ୍ରାର୍ଥୀନୀ ଅଧ୍ୟକ୍ଷା ପ୍ରାର୍ଥୀନୀ ଶର୍ମିଷ୍ଠା ପ୍ରଧାନ ବିଜୟୀ ହୋଇଥିବା ବେଳେ ଏଠାକାର ୧୪ ଗୋଟି ୱାର୍ଡ ମଧ୍ୟରୁ ଗୋଟିଏ ଅପ୍ରତିଦ୍ୱିନ୍ଦୀ ଭାବରେ ବିଜୟୀ ହୋଇଥିବା ବେଳେ ୯ ଗୋଟି ୱାର୍ଡ ବିଜେଡି , ତିନୋଟି ୱାର୍ଡ ବିଜେପି ଏବଂ ଗୋଟିଏ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଦୀପା ସାହୁ ବିଜୟୀ ହୋଇଥିବା ବେଳେ ୧୨ ଗୋଟି ୱାର୍ଡ ମଧ୍ୟରୁ ପାଞ୍ଚୋଟି ଅପ୍ରତିଦ୍ୱିନ୍ଦୀ ଭାବରେ ନିର୍ବାଚିତ ହୋଇଥିବା ବେଳେ ସାତୋଟି ବିଜେଡି ଦଖଲ କରିଛି । ସେହିପରି ଦିଗପହଣ୍ଡି ଏନ୍ ଏ ସି ରେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପଣ୍ଡା ବିଜୟୀ ହୋଇଥିବା ବେଳେ ୧୧ ଗୋଟି ୱାର୍ଡ ମଧ୍ୟରୁ ୫ ଗୋଟି ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୬ ଗୋଟି ୱାର୍ଡ କଂଗ୍ରେସ ଦଖଲକୁ ଯାଇଛି ।
ଜିଲ୍ଲାର ଗଞ୍ଜାମ ଏନ୍.ଏ.ସି କୁ ସ୍ୱାଧୀନ ପ୍ରାର୍ଥୀନୀ ଅଧ୍ୟକ୍ଷା ଭାବରେ ପ୍ରତିଭା ପାଢୀ ବିଜୟୀ ହୋଇଥିବା ବେଳେ ୧୨ ଗୋଟି ୱାର୍ଡ ମଧ୍ୟରୁ ଗୋଟିଏ ଅପ୍ରତିଦ୍ୱନ୍ଦୀ ବିଜୟୀ ହୋଇଥିବା ବେଳେ ୧୦ ଗୋଟି ୱାର୍ଡରେ ବିଜେଡି ଏବଂ ଗୋଟିଏ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଜିଲ୍ଲାର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ପ୍ରାର୍ଥୀ ଏ ଜାନକୀ ରାମ ଅଧ୍ୟକ୍ଷ ଭାବରେ ବିଜୟୀ ହୋଇଥିବା ବେଳେ ଏଠାକାର ୧୧ ଗୋଟି ୱାର୍ଡ ମଧ୍ୟରୁ ଗୋଟିଏ ଅପ୍ରତିଦ୍ୱନ୍ଦୀ , ସାତୋଟି ବିଜେଡି ଏବଂ ତିନୋଟି ବିଜେପି ଅକ୍ତିଆର କରିଛି ।