ଓଡିଶା

odisha

ETV Bharat / state

ଦୁବାଇରୁ ଦାଦନଙ୍କ ଭିଡିଓ ବାର୍ତ୍ତା, ଉଦ୍ଧାର ପାଇଁ କଲେ ଆକୁଳ ମିନତି

ଦୁବାଇରୁ ଦାଦନଙ୍କ ଦୁଃଖର ଭିଡିଓ ବାର୍ତ୍ତା । ଫଶି ରହିଛନ୍ତି ଗଞ୍ଜାମର ୧୬ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ ଦାବି । ଅଧିକ ପଢନ୍ତୁ

ଦୁବାଇରୁ ଦାଦନଙ୍କ ଦୁଃଖର ଭିଡିଓ ବାର୍ତ୍ତା
ଦୁବାଇରୁ ଦାଦନଙ୍କ ଦୁଃଖର ଭିଡିଓ ବାର୍ତ୍ତା

By ETV Bharat Odisha Team

Published : Aug 30, 2023, 9:32 AM IST

Updated : Aug 30, 2023, 12:14 PM IST

ଦୁବାଇରୁ ଦାଦନଙ୍କ ଭିଡିଓ ବାର୍ତ୍ତା

ବ୍ରହ୍ମପୁର: ସରୁନି ଦାଦନ ଦୁଃଖ । ଦୁବାଇରୁ ଦାଦନଙ୍କ ଦୁଃଖର ଭିଡିଓ ବାର୍ତ୍ତା ‌। ଅଧିକ ରୋଜଗାର କରିବା ଆଶାରେ ଗଞ୍ଜାମରୁ ଦୁବାଇ ଯାଇଥିବା ୧୬ ଜଣ ଶ୍ରମିକ ସେଠାରେ ନିର୍ଯାତନା ଦିଆଯାଉଥିବା ଭିଡିଓ ମାଧ୍ୟମରେ ପ୍ରକାଶ କଲେ ଶ୍ରମିକ । ନିଜ ଦେଶକୁ ଫେରାଇ ନେବାକୁ ସରକାରଙ୍କୁ କଲେ ଗୁହାରୀ । ନିଜ ରାଜ୍ୟରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ କରିବା ସକାଶେ ନିଜର ଭିଟାମାଟି ଓ ଆତ୍ମୀୟ ସ୍ବଜନଙ୍କୁ ଛାଡି କାର୍ଯ୍ୟ ଅନ୍ବେଷଣରେ ବିଦେଶକୁ ଯିଇଥିବା ଯୁବକମାନେ ଫସିଯାଇ ହଇରାଣ ହେଉଥିବା ନେଇ କଲେ ଭିଡିଓ ଜାରି । ତେବେ କିଛି ଦିନ ତଳେ ଖଲ୍ଲିକୋଟ ବ୍ଳକର ମାଣିକ୍ୟପୁର ଓ ମହେଶ୍ବରପୁର ଗ୍ରାମର ଦୁଇ ଜଣ ଦାଦନଙ୍କ ମୃତଦେହ ଲଥିଓପିଆ ଓ ଦୁବାଇରୁ ଆସି ଗାଁରେ ପହଞ୍ଚିଥିଲା । ଏବେ ଏହି ଅଞ୍ଚଳର ୧୬ ଜଣ ଶ୍ରମିକ ବିଦେଶରେ ଫସି ରହିଥିବା ଖବର ଗାଁରେ ପହଞ୍ଚିବା ପରେ ପରିବାର ଲୋକେ ଆଶଙ୍କାରେ ରହିଛନ୍ତି ।

ଅଧିକ ପଢନ୍ତୁ.. ଦାଦନ ଖଟିବାକୁ ଯାଇ ନିଖୋଜ, ପୁଅର ଫେରିବା ବାଟ ଅପେକ୍ଷାରେ ପରିବାର ଲୋକେ

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଲଙ୍ଗଳେଶ୍ବର, ବାକୁଟୁଗାଁ, ତେନ୍ତୁଳିଆପଲ୍ଲୀ ଓ କୈଠଡା ଏବଂ ଗଞ୍ଜାମ ବ୍ଳକର ପାଲୁର ଗ୍ରାମର ୨୦ ଜଣ ଯୁବକ ୧୦ ମାସ ପୂର୍ବରୁ ଦୁବାଇ ଯାଇଥିଲେ କାମ କରିବାକୁ । ଲଙ୍ଗଳେଶ୍ବର ଓ ବାକୁଟୁଗାଁର ଦୁଇ ଜଣ ଠିକାଦାର ସେମାନଙ୍କ ଠାରୁ ଜଣକ ପିଛା ଏକଲକ୍ଷ ଦଶ ହଜାର ଟଙ୍କା ଲେଖାଏଁ ନେଇ ଟୁରିଷ୍ଟ ଭିସାରେ ପଠାଇଥିଲେ । ସେମାନଙ୍କୁ ମାସିକ ୩୫ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଶ୍ରମିକମାନେ ଦୁବାଇର ଏକ ଘରୋଇ କମ୍ପାନୀ ଓ୍ବାଟ ଆଲୁରକୁ ଯାଇ ସେଠାରେ କାମ କରୁଥିଲେ । ଏହି କମ୍ପାନୀ ସେମାନଙ୍କୁ ଠିକ୍ ଭାବେ ପାରିଶ୍ରମିକ ନଦେଇ ତିନି ଚାରି ମାସରେ ଥରେ ଗୋଟିଏ ମାସର ଦରମା ଦେବା ସହ ଖାଇବା ପାଇଁ ନିମ୍ନମାନର ଖାଦ୍ୟ ଦେଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଦରମା ମାଗିଲେ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେବା ସହ ଗ୍ରାମକୁ ଆସିବା ପାଇଁ କହିଲେ ସେମାନଙ୍କୁ ଛାଡୁନଥିବା ଭିଡିଓ ମାଧ୍ୟମରେ ଅବଗତ କରିଛନ୍ତି ।

କମ୍ପାନୀ କର୍ତ୍ତୃପକ୍ଷ ଚାରି ଜଣ ଶ୍ରମିକଙ୍କୁ ଛାଡିବା ପରେ ସେମାନେ ଗାଁକୁ ଆସି ସେଠାରେ କିପରି ନିର୍ଯାତନାର ଶୀକାର ହୋଇଛନ୍ତି ସେ ବିଷୟରେ ଜଣାଇଥିଲେ । ପରିବାର ଲୋକେ ଜାଣିବା ପରେ ଠିକାଦାରଙ୍କୁ ଗିରଫ କରିବା ସହ ଫସି ରହିଥିବା ୧୬ ଜଣ ଶ୍ରମିକଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ଭେଜିପୁଟ ଫାଣ୍ଡିରେ ଫେରାଦ ହୋଇଛନ୍ତି।

ଇଟିଭି ଭାରତ ବ୍ରହ୍ମପୁର

Last Updated : Aug 30, 2023, 12:14 PM IST

ABOUT THE AUTHOR

...view details