ବ୍ରହ୍ମପୁର: ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ସୁମଣ୍ଡଳ ଛକ ନିକଟରେ ଘଟିଛି ଅଘଟଣ ।
ବୁଧବାର ସକାଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବ ସାହୁ ସୁମଣ୍ଡଳ ଛକ ନକଟରେ ଚା ପିଉଥିବା ସମୟରେ କିଛି ଦୁବୃର୍ତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିବା କୁହାଯାଇଛି । ହତ୍ୟାର ଶିକାର ହୋଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ସହିତ ଠିକାଦାର କାର୍ଯ୍ୟ କରୁଥିଲେ ।