ଓଡିଶା

odisha

ETV Bharat / state

ଛତ୍ରପୁର ବ୍ଳକରେ କୋଭିଡ୍ ପରିଚାଳନାର ସମୀକ୍ଷା କଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ l ହେଲେ ଏହାକୁ ଅଣଦେଖା ନକରି ସମସ୍ତେ ସଚେତନ ରହିବା ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କୋରୋନା ପରିଚାଳନାର ସ୍ବତନ୍ତ୍ର ବୈଠକରେ ଆଲୋଚନା କରି କହିଛନ୍ତି ।

ଛତ୍ରପୁର ବ୍ଳକରେ କୋଭିଡ୍ ପରିଚାଳନା ସଂପର୍କରେ ସମୀକ୍ଷା କଲେ ଜିଲ୍ଲାପାଳ
ଛତ୍ରପୁର ବ୍ଳକରେ କୋଭିଡ୍ ପରିଚାଳନା ସଂପର୍କରେ ସମୀକ୍ଷା କଲେ ଜିଲ୍ଲାପାଳ

By

Published : Sep 4, 2020, 8:35 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ l ହେଲେ ଏହାକୁ ଅଣଦେଖା ନକରି ସମସ୍ତେ ସଚେତନ ରହିବା ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କୋରୋନା ପରିଚାଳନାର ସ୍ବତନ୍ତ୍ର ବୈଠକରେ ଆଲୋଚନା କରି କହିଛନ୍ତି l ଏହି ଅବସରରେ ଜିଲ୍ଲାପାଳ ସଚେତନତା ମାଧ୍ୟମରେ ହିଁ କୋରୋନା ହାରିବ ଗଞ୍ଜାମ ଜିତିବ ବୋଲି କହିଥିଲେ l ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ସହ ବହୁ ଲୋକ ସୁସ୍ଥ ହୋଇ ଫେରି ଆସୁଛନ୍ତି ।

ଛତ୍ରପୁର ବ୍ଳକରେ କୋଭିଡ୍ ପରିଚାଳନା ସଂପର୍କରେ ସମୀକ୍ଷା କଲେ ଜିଲ୍ଲାପାଳ

ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ, ନିର୍ବାଚିତ ପଞ୍ଚାୟତ ପ୍ରତନିଧି ଓ ଅଧିକାରୀମାନଙ୍କୁ କୋରୋନାକୁ ଅଣଦେଖା ନକରି ସଚେତନ ରହିବା ସହ କୋଭିଡ କଟକଣା ନିୟମକୁ ମାନି ସମସ୍ତେ ସାମାଜିକ ଦୂରତ୍ବ ରକ୍ଷା କରି ମାସ୍କ ପରିଧାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଯାହା ଫଳରେ ଗଞ୍ଜାମ ଜିଲ୍ଲାବାସୀ ସମ୍ପୂର୍ଣ୍ଣ କୋରୋନାମୁକ୍ତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ପଞ୍ଚାୟତର ଉପସ୍ଥିତ ପ୍ରତିନିଧିମାନେ ପଞ୍ଚାୟତର ଜନସାଧାରଣଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବାକୁ ସଚେତନ କରାଇବାକୁ କହିବା ସହ ଜିଲ୍ଲାପାଳ ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ଠାରୁ ବିଭିନ୍ନ ବର୍ଗ କର୍ମଚାରୀମାନେ ଦୀର୍ଘ ୬ ମାସ ଧରି ନିଜ ଦାୟିତ୍ବ ସଠିକ୍ ଭାବେ ତୁଲାଇ ଆସୁଥିବାରୁ ଗଞ୍ଜାମ ଜିଲ୍ଲାରୁ କୋରୋନା ହ୍ରାସ ପାଇପାରିଛି ବୋଲି କହିଛନ୍ତି । ସେମାନଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିବା ସହ ଧନ୍ୟବାଦ ମଧ୍ୟ ପ୍ରଦାନ କରିଥିଲେ ।

ଏହି ସ୍ବତନ୍ତ୍ର ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ, ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ABOUT THE AUTHOR

...view details