ବ୍ରହ୍ମପୁର: ବର୍ତ୍ତମାନ କେରୋନା କାୟାରେ ସାରା ବିଶ୍ବ । ଏଥିପାଇଁ ଚଳିତ ବର୍ଷ ସବୁ ପର୍ବ ଫିକା ଫିକା ପାଳିତ ହୋଇଛି । ରାଜ୍ୟକୁ କେରୋନା ମୁକ୍ତ କରିବା ପାଇଁ ଦୀପାବଳୀକୁ ବିନା ବାଣ ଫୁଟାଇ ପାଳନ କରିବାକୁ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କୋରୋନା ଆକ୍ରାନ୍ତ ରହିଛନ୍ତି । ଅନେକ ଲୋକ କୋଭିଡରେ ଆକ୍ରାନ୍ତ ହୋଇ ଫୁସଫୁସ ରୋଗରେ ପୀଡିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଚଳିତବର୍ଷ ଗ୍ରୀନ ଓ କୋଭିଡ ମୁକ୍ତ ଦୀପାବଳୀ ପାଳନ କରବାକୁ ଜିଲ୍ଲାବାସୀଙ୍କୁ କହିଛନ୍ତି ।
ଗଞ୍ଜାମ ଜିଲ୍ଲାବାସୀ ମାଆ ତାରାତାରିଣୀ ଯାତ୍ରାଠାରୁ ଆରମ୍ଭ କରି ଗଣେଷପୂଜା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିବାରୁ ଏହି ସମୟରେ ମଧ୍ୟ ଜିଲ୍ଲାବାସୀ ସହଯୋଗ କରିବେ ବୋଲି ଆଶାୟୀ ଅଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।