ଓଡିଶା

odisha

ETV Bharat / state

2024 Election: ନିର୍ବାଚନ ପୂର୍ବରୁ ସଜବାଜ, ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ସକ୍ରିୟ କଲା ବିଜେପି - 2024 ସାଧାରଣ ନିର୍ବାଚନ

2024 ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ବିଜେପିର ସଜବାଜ । ବୁଥସ୍ତରୀୟ କର୍ମକର୍ତ୍ତାକୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 26, 2023, 5:36 PM IST

Updated : Sep 26, 2023, 7:09 PM IST

2024 Election: ନିର୍ବାଚନ ପୂର୍ବରୁ ସଜବାଜ, ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ସକ୍ରିୟ କଲା ବିଜେପି

ବ୍ରହ୍ମପୁର:ପାଖଉଛି 2024 ସାଧାରଣ ନିର୍ବାଚନ । ଏହା ପୂର୍ବରୁ ବୁଥ ସ୍ତରରୁ ସଂଗଠନକୁ ସୁଦୃଢ କରିବା ଲାଗି ଅଣ୍ଟା ଭିଡ଼ିଲେଣି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ସାଧାରଣ ନିର୍ବାଚନ ପୂର୍ବରୁ ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କୁ ସକ୍ରିୟ କରାଉଛି ଗଞ୍ଜାମ ଜିଲ୍ଲା ବିଜେପି । ଦଳ ପକ୍ଷରୁ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ବୁଥ୍ ସ୍ତରରେ ଅଧିକରୁ ଅଧିକ ସଶକ୍ତିକରଣ କରାଯାଇଛି । ଏ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ ।

ନିର୍ବାଚନ ପୂର୍ବରୁ ସଜବାଜ ଗଞ୍ଜାମ ଜିଲ୍ଲା ବିଜେପିର ସଜବାଜ

ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ସହରର ଏକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥି ଯୋଗ ଦେଇଥିବା ବେଳେ ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଯୋଗ ଦେଇ ଦଳର ପ୍ରତିଷ୍ଠାତା ତଥା ପ୍ରଖର ରାଷ୍ଟ୍ରବାଦୀ,ଏକାତ୍ମମାନବ ବାଦର ପ୍ରଣେୟତା, ଅନ୍ତୋଦ୍ବୟର ସ୍ବପ୍ନଦ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀରେ ଜୀବନୀ ଉପରେ ଆଲୋକପାତ କରିବା ସହ ସ୍ମୃତିଚାରଣ କରାଯାଇଥିଲା ।

ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ସକ୍ରିୟ କଲା ଗଞ୍ଜାମ ଜିଲ୍ଲା ବିଜେପି

ଏହା ବି ପଢନ୍ତୁ- ରାଜଧାନୀର ଦଳୀୟ କାର୍ଯ୍ୟାଳୟରେ ତାଲିମ ନେବେ ବ୍ରହ୍ମପୁର ବିଜେଡିର ମାଷ୍ଟର ଟ୍ରେନର

ଭାରତୀୟ ଜନତା ପାର୍ଟି ବୁଥ ସ୍ତରରେ କିଭଳି ସୁଦୃଢ଼ ହୋଇପାରିବ ତାହା ଉପରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସଶକ୍ତ ବୁଥ୍ ଉପରେ ମାର୍ଗ ଦର୍ଶନ କରିବା ସହ ଗୁରୁମନ୍ତ୍ର ପ୍ରଦାନ କରିବା ସହ ଏହି ଗୁରୁତ୍ବପୂର୍ଣ୍ଣ ବୁଥ୍ ସଶକ୍ତିକରଣ କର୍ମଶାଳାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ, ପ୍ରଶାନ୍ତ କର ପ୍ରମୁଖ ଦଳୀୟ ସଂଙ୍ଗଠନ ସୁଦୃଢ ନେଇ ଆଲୋଚନା କରିଥିଲେ ।

ଏହା ବି ପଢନ୍ତୁ- 2024 Fight: ସବୁ ଦଳ ଫୋକସ୍‌ରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ, ଜାଣନ୍ତୁ କାହାକୁ ମିଳିବ ଟିକେଟ୍ ?

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ରାଜେଶ କୁମାର ସାହୁ, ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, କର୍ପୋରେଟର ରଞ୍ଜିତା ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Sep 26, 2023, 7:09 PM IST

ABOUT THE AUTHOR

...view details