ଓଡିଶା

odisha

By

Published : May 7, 2021, 10:59 PM IST

ETV Bharat / state

କୋରୋନା କଟକଣାକୁ ଫୁ, 3ଟି ବାହାଘର ଏବଂ ଠାକୁରାଣୀ ଯାତ୍ରା ପୂର୍ବ ପ୍ରସ୍ତୁତି ବନ୍ଦ

ବାହାଘର ଭୋଜିଭାତର ଆସର ଚାଲି ଥିବାବେଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ତିନୋଟି ବାହାଘର ଭୋଜି ଉପରେ ଚଢ଼ାଉ କରି ଏହାକୁ ବନ୍ଦ କରିଛନ୍ତି ସ୍ଥାନୀୟ ତହସିଲଦାର । ଅଧିକ ପଢନ୍ତୁ...

କୋରୋନା କଟକଣାକୁ ଫୁ, 3ଟି ବାହାଘର ଏବଂ ଠାକୁରାଣୀ ଯାତ୍ରା ପୂର୍ବ ପ୍ରସ୍ତୁତି ବନ୍ଦ
କୋରୋନା କଟକଣାକୁ ଫୁ, 3ଟି ବାହାଘର ଏବଂ ଠାକୁରାଣୀ ଯାତ୍ରା ପୂର୍ବ ପ୍ରସ୍ତୁତି ବନ୍ଦ

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ କୋରୋନା ନୂତନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ କଟକଣା ଜାରି କରିଛନ୍ତି । କିନ୍ତୁ ଏହି କଟକଣା ନିୟମକୁ ଗ୍ରାମାଞ୍ଚଳରେ ଖୁଲମଖୁଲା ଅବମାନନା କରି ବାହାଘର ଭୋଜିଭାତର ଆସର ଚାଲି ଥିବାବେଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ତିନୋଟି ବାହାଘର ଭୋଜି ଉପରେ ଚଢ଼ାଉ କରି ଏହାକୁ ବନ୍ଦ କରିଛନ୍ତି ସ୍ଥାନୀୟ ତହସିଲଦାର ।

ଏପରିକି ଏକ ଗ୍ରାମରେ ଠାକୁରାଣୀ ଯାତ୍ରାର ପୂର୍ବପ୍ରସ୍ତୁତି ବନ୍ଦ କରାଯାଇଛି । ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଖବର ପାଇ ଏହି ଚଢ଼ାଉ କରି ଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଥିବା ଜଣାପଡ଼ିଛି । ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୋଟିନଡା, ଗୋକର୍ଣ୍ଣପୁର ଏବଂ ଜକରାପଲ୍ଲୀ ଗ୍ରାମରେ କୋଭିଡ କଟକଣା ନିୟମକୁ ଅବମାନନା କରି ବେଆଇନ ଭାବେ ବାହାଘର ଭୋଜି ଚାଲିଥିଲା । ଖବର ପାଇ ତହସିଲଦାରଙ୍କ ସମେତ ତାଙ୍କ ଟିମ୍ ଉକ୍ତ ତିନୋଟି ସ୍ଥାନରେ ଚଢାଉ କରି ଭୋଜି ବନ୍ଦ କରିବା ସହ ଜରିମାନା ଆଦାୟ କରିଥିବା ଜଣାପଡ଼ିଛି ।

ଏହି ଚଢ଼ାଉ ସମୟରେ ରାଜସ୍ବ ନିରୀକ୍ଷକ ଉପେନ୍ଦ୍ର ବେହେରା, ଅକ୍ଷୟ ମଲ୍ଲିକ, ନିରୀକ୍ଷିକା ସରସ୍ଵତୀ କହଁର, ସୁପରଭାଇଜର ଚିତ୍ରସେନ ଦଳାଇ ଉପସ୍ଥିତ ରହି ସହଯୋଗ କରିଥିଲେ । ସୂଚନାନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ଦିଗପହଣ୍ଡି ତହସିଲ ଅଧିନସ୍ଥ ବଡଡୁମ୍ବୁଳା ପଞ୍ଚାୟତର ସୁମନ୍ତପୁର ଗ୍ରାମରେ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ଚାଲି ଥିବାବେଳେ ବଡଡୁମ୍ବୁଳା ରାଜସ୍ବ ନିରୀକ୍ଷକ ଉପେନ୍ଦ୍ର ବେହେରା କୈାଣସି ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ତହସିଲଦାର, ଥାନା ଅଧିକାରୀ ବସନ୍ତ କୁମାର ସେଠୀ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ସୁମନ୍ତପୁର ଗ୍ରାମରେ ପହଞ୍ଚି ସେଠାକାର ଯାତ୍ରା କମିଟି ସହ ଆଲୋଚନା ପରେ ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି କରପଡା ଗ୍ରାମରେ ମଧ୍ୟ ଚାଲିଥିବା ଠାକୁରାଣୀ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ପ୍ରଶାସନ ଅଧିକାରୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details