ଓଡିଶା

odisha

ETV Bharat / state

ଗଞ୍ଜାମ ଜିଲ୍ଲାପାଳଙ୍କ ପୁସ୍ତକ ‘ଆଜିର ଦିନଟି ମୋର’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ - ଆଜିର ଦିନଟି ମୋର

ଗଞ୍ଜାମ ଜିଲ୍ଲାପାଳଙ୍କ ପୁସ୍ତକ ‘ଆଜିର ଦିନଟି ମୋର’ ଓ କବି ରବିପ୍ରିୟ ଦାଶଙ୍କ କବିତା ସଂକଳନ ‘ଉର୍ବଶୀର ଗାଁ’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଅଧିକ ପଢନ୍ତୁ...

Ganjam collectors  Book lunch by cm Naveen Pattnaik
ଗଞ୍ଜାମ ଜିଲ୍ଲାପାଳଙ୍କ ପୁସ୍ତକ ‘ଆଜିର ଦିନଟି ମୋର’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

By

Published : Jul 6, 2021, 10:32 PM IST

ଭୁବନେଶ୍ବର:ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ନବୀନ ନିବାସରେ ‘ଆଜିର ଦିନଟି ମୋର’ ଏବଂ ‘ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା ରଚିତ । ଏଥିରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି । କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମଶୀଳତା, ସାଧନା ଓ ପ୍ରତିବଦ୍ଧତା । ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ପ୍ରଶାସନିକ ସେବା ସହ ବିଜୟଙ୍କ ସୃଜନଶୀଳତାକୁ ମୁଖ୍ୟମନ୍ତ୍ରୀ ବେଶ ପ୍ରଶଂସା କରିଛନ୍ତି ।

ସେହିପରି କବି ରବିପ୍ରିୟ ଦାଶଙ୍କ କବିତା ସଂକଳନ ‘ଉର୍ବଶୀର ଗାଁ’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ପୁସ୍ତକଟିରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି । ମୁଖ୍ୟମନ୍ତ୍ରୀ ଉଭୟ ପୁସ୍ତକର ସଫଳତା କାମନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details