ବ୍ରହ୍ମପୁର: ଗଞ୍ଜାମରେ ସାମାଜିକ ଦୂରତ୍ବକୁ କଡାକଡି ପାଳନ ପାଇଁ ସମସ୍ତ ବ୍ୟବସାୟୀଙ୍କ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ଜାରୀ କରିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ପଜିଟିଭଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏହା ପ୍ରଶାସନର ନିୟନ୍ତ୍ରଣରେ ରହିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ନେଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାରେ ଡୋର ଟୁ ଡୋର ସ୍ବାସ୍ଥ୍ୟ ପରୀକ୍ଷା ଯୋଗୁଁ ବହୁ ପଜିଟିଭଙ୍କୁ ଚିହ୍ନଟ ସହିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପାରିଛି । ଆଗାମୀ ଦିନରେ ସମାଜିକ ଦୂରତ୍ବକୁ ଅଧିକ କଡାକଡି ପାଳନ କରାଯିବ । ଏହି ଅବସରରେ ସାମାଜିକ ଦୂରତ୍ବକୁ କଡାକଡି ପାଳନ ପାଇଁ ସମସ୍ତ ବ୍ୟବସାୟୀଙ୍କ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ ବୋଲି କହିଛନ୍ତି ଜିଲ୍ଲାପାଳ ।ଏହାକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।