ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ତପ୍ତପାଣି ମନ୍ଦିରର ଉନ୍ନତିକରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ତପ୍ତପାଣି ଗସ୍ତବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତା ସହିତ ଏହି ପର୍ଯ୍ୟଟନସ୍ଥଳନୀ ନିକଟରେ ରହିଥିବା ପ୍ରାକୃତିକ ପରିବେଶର ସୁରକ୍ଷା ଓ ପାରିପାର୍ଶ୍ୱିକ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବିଶେଷ କରି ଏହି ଅଞ୍ଚଳ ଉନ୍ନତି ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ଏ ଦିଗରେ ଧ୍ୟାନ ଦେବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତପ୍ତପାଣି ମନ୍ଦିରର ଉନ୍ନତିକରଣରେ ଉତ୍ତପ୍ତ ଜଳରେ ପର୍ଯ୍ୟଟକଙ୍କ ପାଇଁ ସ୍ନାନ ପାଇଁ ସୁବ୍ୟବସ୍ଥା, ବଗିଚା ନିର୍ମାଣ, ସଂପୃକ୍ତ ଅଞ୍ଚଳର ଆଲୋକୀକରଣ ପାଇଁ ବିଶେଷ କରି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି ।