ବ୍ରହ୍ମପୁର: କାର୍ତ୍ତିକ ପୂର୍ଣ୍ଣମା ଏବଂ ବୋଇତ ବନ୍ଦାଣ ଅବସରରେ ଗଞ୍ଜାମ ଜିଲ୍ଲାର ସମସ୍ତ ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟକ ଯିବା ଉପରେ ଜିଲ୍ଲା ପ୍ରଶାସନର କଟକଣା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଏକ ଟୁଇଟ୍ ଯୋଗେ ଜିଲ୍ଲାର ଗୋପାଳପୁର, ସୋନପୁର, ଆଜ୍ଜିପଲ୍ଲୀ ଭଳି ସମୁଦ୍ର ବେଳାଭୂମିକୁ ଆସନ୍ତା କାଲି ଦିନ ୨ଟା ଠାରୁ ୧୯ ତାରିଖ ଦିନ ଦୁଇଟା ୨୪ ଘଣ୍ଟା ପାଇଁ ଯିବା ପାଇଁ କଟକଣା ଜାରି କରିଥିବାବେଳେ ସମସ୍ତେ ଏନେଇ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।
କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଇଁ ଗଞ୍ଜାମ ବେଳାଭୂମିରେ ପ୍ରଶାସନର କଟକଣା - ganjam beaches restrict during kartik purnima
କାର୍ତ୍ତିକ ପୂର୍ଣ୍ଣମା ଏବଂ ବୋଇତ ବନ୍ଦାଣ ଅବସରରେ ଗଞ୍ଜାମର ସମସ୍ତ ସମୁଦ୍ର ବେଳାଭୂମିରେ ପ୍ରଶାସନର କଟକଣା । ଅଧିକ ପଢନ୍ତୁ
କାର୍ତ୍ତିକ ପୂର୍ଣ୍ଣମା ଏବଂ ବୋଇତ ବନ୍ଦାଣ ପାଇଁ ବେଳାଭୂମିରେ ପ୍ରଶାସନର କଟକଣା
କୋଭିଡ କଟକଣା ନେଇ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବାବେଳେ ଏହାକୁ ମିଶାଇ ଗତ ଦୁଇ ବର୍ଷ ଧରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଜାରି କରୁଥିବା ଦେଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ