ବ୍ରହ୍ମପୁର: ଗଞ୍ଜାମରେ କୋରୋନା ନିୟନ୍ତ୍ରଣକୁ ଆସିବାରେ ଲାଗିଛି । କୋରୋନା ମୁକାବିଲା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ରହିଛି । ସାମାନ୍ୟ ଲକ୍ଷଣ ଥିବା କୋରୋନା ସଂକ୍ରମିତଙ୍କୁ ସରକାର ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦେଇଛନ୍ତି । ଏହି ସମୟରେ ପ୍ରତି ହୋମ ଆଇସୋଲେସନରେ ରହୁଥିବା କୋରୋନା ଆକ୍ରାନ୍ତଙ୍କୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କିଟ ଯୋଗାଇ ଦିଆଯାଉଛି।
ଗଞ୍ଜାମ ଜିଲ୍ଲାରେ ଏବେ ବି କୋରୋନା ସ୍ଥିତି ଚିନ୍ତାଜନକ ରହିଛି । କୋରୋନାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବାକୁ ଘରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକୀୟ ମେଡିସେନ୍ କିଟ୍ , ସହିତ ଚିକିତ୍ସକଙ୍କ ପ୍ରେସକ୍ରିପସନ, ଦୁଇଟି ମାସ୍କ , ଗୋଟିଏ ସାନିଟାଇଜର ସହିତ ବୁକଲେଟ୍ ପ୍ରଦାନ କରାଯାଉଛି । ଏନେଇ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଟ୍ବିଟ ମାଧ୍ୟମରେ ଅବଗତ କରିଛନ୍ତି ।