ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରେଳଷ୍ଟେସନରୁ ପୁରୀ-ତିରୁପତି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିଲା । ଛତ୍ରପୁର ଷ୍ଟେସନ ନିକଟରୁ ୪୦କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତିକୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ l ଉକ୍ତ ବ୍ୟକ୍ତି ଜଣକ ବ୍ରହ୍ମପୁର ଅଞ୍ଚଳର ଶୁଭମ ପଟ୍ଟନାୟକ ।
ସୂଚନାଅନୁସାରେ, ଗତକାଲି(ରବିବାର) ପ୍ରାୟ ରାତି ୧୦ ଟା ସମୟରେ ଛତ୍ରପୁର ରେଳଷ୍ଟେସନରୁ ପୁରୀ -ତିରୁପତି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ ଗଞ୍ଜାମ ଜିଲ୍ଲାପାଳ । ଖବର ପାଇ ବ୍ରହ୍ମପୁର ଅଞ୍ଚଳରୁ ଏହି ଯୁବକଙ୍କୁ ପିଛା କରି ଶେଷରେ ଛତ୍ରପୁର ଷ୍ଟେସନରେ ଚଢାଉ କରି ପ୍ରାୟ ୪୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ l