ଭଞ୍ଜନଗର: ଗଞ୍ଜେଇ ଭର୍ତ୍ତି କାର ଜବତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରୁ ପୋଲିସ ପିଛାକରି ଗଞ୍ଜେଇ ସହ କାରରେ ଥିବା ତିନି ଜଣ ବ୍ୟକ୍ତିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରେ ଗଞ୍ଜେଇ ଭର୍ତ୍ତି କାର ଜବତ, 3 ଅଟକ - ganjam news
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ପୋଲିସ ପିଛା କରି ଗଞ୍ଜେଇ ସହ କାରରେ ଥିବା ତିନି ଜଣ ବ୍ୟକ୍ତିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରେ ଗଞ୍ଜେଇ ଭର୍ତି କାର ଜବତ,ତିନି ଅଟକ
ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ନୀଳ ରଙ୍ଗର କାରରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇ ଭଞ୍ଜନଗର ଠାରେ କାରଟିକୁ ଅଟକାଇଥିଲା । କିନ୍ତୁ କାରଟି ଦୃତ ଗତିରେ ଗାମୁଣ୍ଡି ଗ୍ରାମ ଭିତରେ ପଶିଯାଇଥିଲା । ସାମ୍ନା ପଟୁ ଏକ ଅଟୋ ଆସୁଥିବାରୁ ସେମାନେ ଯାଇପାରିନଥିଲେ ଏହାପରେ ପୋଲିସ ପିଛା କରି ଗାମୁଣ୍ଡିରେ କାବୁ କରିଥିଲା। ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ