ଓଡିଶା

odisha

By

Published : Aug 18, 2020, 2:37 PM IST

ETV Bharat / state

ଗଞ୍ଜାମ ଗଣେଶ ପୂଜା ପାଇଁ କଟକଣା, ଟ୍ବିଟ କରି ସୂଚନା ଦେଲେ ଜିଲ୍ଲାପାଳ

ଜିଲ୍ଲାରେ ଚଳିତବର୍ଷ ଫିକା ପଡିବ ଗଣେଶ ପୂଜା ସେଲିବ୍ରେସନ । ଏହା ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ। ଅଧିକ ପଢନ୍ତୁ...

ଗଞ୍ଜାମ ଗଣେଶ ପୂଜା ପାଇଁ କଟକଣା, ଟ୍ବିଟ କରି ସୂଚନା ଦେଲେ ଜିଲ୍ଲାପାଳ
ଗଞ୍ଜାମ ଗଣେଶ ପୂଜା ପାଇଁ କଟକଣା, ଟ୍ବିଟ କରି ସୂଚନା ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର: ଆସନ୍ତା 22 ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା । ମୁଖ୍ୟତଃ ଗଜାନନଙ୍କର ଏହି ପୂଜାକୁ ବିଭିନ୍ନ ସ୍ଥାନରେ ସମସ୍ତେ ଉତ୍ସାହ ଓ ଆନନ୍ଦ ସହକାରେ ପାଳନ କରିଥାନ୍ତି । ହେଲେ ସମସ୍ତ ବର୍ଷ ଅପେକ୍ଷା ଚଳିତବର୍ଷ କୋରୋନା କାରଣରୁ ଏହାର ସେଲିବ୍ରେସନ ଉପରେ କଟକଣା ଜାରି ରହିଛି ।

କୋରୋନା ମହାମାରୀ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଚଳିତବର୍ଷ ଗଣେଶ ପୂଜା ପାଳନକୁ ନେଇ ଜାରି କରାଯାଇଛି କଟକଣା । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ବିଟ କରି ସୂଚନା ଦେଇଛନ୍ତି ।

@Ganjam_Admin

ଏହା ସହ ଚଳିତବର୍ଷ କୋଭିଡ କଟକଣା ଭିତରେ ଜିଲ୍ଲା ରହିଥିବାବେଳେ ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ମୁଖ୍ୟତଃ ସାମାଜିକ ଦୂରତା ଓ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ପଞ୍ଚସୂତ୍ର ନିୟମକୁ ସମସ୍ତ ଦୋକାନୀ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details