ଓଡିଶା

odisha

ଜୁଆ ଆଡ୍ଡାରେ ଚଢାଉ: 11 ଗିରଫ, ନଗଦ ଟଙ୍କା ସମେତ ମୋବାଇଲ ଜବତ

By

Published : May 30, 2021, 8:10 PM IST

କୋରୋନା ମହାମାରୀରେ ସାରାଦେଶ ଲକଡାଉନ ଥିବାବେଳେ ଏହାର ସୁଯୋଗ ନେଇ କିଛି ସ୍ଥାନରେ ବେଧଡକ ଚାଲିଛି ଜୁଆ ଆଡ୍ଡା । ଗଞ୍ଜାମ ଜିଲ୍ଲା ପୋଲିସର ଚଢାଉ । ଅଧିକ ପଢନ୍ତୁ....

ଜୁଆ ଆଡ୍ଡାରେ ଚଢାଉ, 11 ଅଭିଯୁକ୍ତ ଗିରଫ
ଜୁଆ ଆଡ୍ଡାରେ ଚଢାଉ, 11 ଅଭିଯୁକ୍ତ ଗିରଫ

ଭଞ୍ଜନଗର: କରୋନା ମହାମାରୀରେ ସାରାଦେଶ ଲକଡାଉନ ଥିବାବେଳେ ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଚଢାଉ । ଆସିକା ଖମ୍ବେଶ୍ବରୀ ପଟନାସ୍ଥିତ ନିରଞ୍ଜନ ମହିଳା ମହାବିଦ୍ୟାଳୟ ନିକଟରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା ।

ଜୁଆ ଆଡ୍ଡାରେ ଚଢାଉ, 11 ଅଭିଯୁକ୍ତ ଗିରଫ

ଦୀର୍ଘ ଦିନ ହେଲା ଏହି ସ୍ଥାନରେ ଜୁଆ ଖେଳ ଚାଲିଥିବା ନେଇ ସୂଚନା ରହିଥିବା ବେଳେ ଆଜି ଆସିକା ପୋଲିସ ପକ୍ଷରୁ ଚଢାଉ କରାଯାଇ ଘଟଣାସ୍ଥଳରୁ 2 ଲକ୍ଷ 10 ହଜାର 5ଶହ ଟଙ୍କା , 4ଟି ବାଇକ,11 ଗୋଟି ମୋବାଇଲ ସମେତ 11 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

ABOUT THE AUTHOR

...view details