ବ୍ରହ୍ମପୁର: ଗୋପାଳପୁର ବିଧାୟକ ବିଜେଡିରୁ ବହିଷ୍କୃତ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦଳରୁ ବହିଷ୍କାର ପରେ ପ୍ରତିକ୍ରିୟା ପ୍ରକାଶ କଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।
ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୁଦ୍ଧରେ ନିଆଯାଇନଥିବା ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ଦଳର ସଭାପତି ଭାବରେ ଦାୟିତ୍ବରେ ଥିବା ଚ୍ୟାଉପଟ୍ଟନାୟକଙ୍କ କହିଛନ୍ତି ମୁଖ୍ୟମନ୍ତ୍ରୀ କେବେ ମଧ୍ୟ ଦୁର୍ନୀତି କିମ୍ବା ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦିଅନ୍ତି ନାହିଁ । ଅତୀତରେ ମଧ୍ୟ ସେ ଯେ କୈଣସି ବ୍ୟକ୍ତି ବିଶେଷ ହୁଅନ୍ତୁ ନା କାହିଁକି ଆଇନ ବିରୋଧୀ ଓ ସମାଜ ବିରୋଧୀ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦେଖାଦେଇଛି ।