ଓଡିଶା

odisha

ETV Bharat / state

ଏନ. ନାରାୟଣ ରେଡ୍ଡିଙ୍କୁ ଆଜୀବନ ଜେଲ୍, ଉପରିସ୍ଥ କୋର୍ଟକୁ ଯିବୁ କହିଲେ ପତ୍ନୀ

ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡିଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । ଉପରିସ୍ଥ କୋର୍ଟକୁ ଯିବୁ କହିଲେ ଭାନୁମତି ରେଡ୍ଡି । ଅଧିକ ପଢନ୍ତୁ

ଏନ ନାରାୟଣ ରେଡ୍ଡି ପତ୍ନୀଙ୍କ ପ୍ରେସମିଟ
ଏନ ନାରାୟଣ ରେଡ୍ଡି ପତ୍ନୀଙ୍କ ପ୍ରେସମିଟ

By

Published : Aug 1, 2023, 9:23 AM IST

Updated : Aug 1, 2023, 10:30 AM IST

ଏନ ନାରାୟଣ ରେଡ୍ଡି ପତ୍ନୀଙ୍କ ପ୍ରେସମିଟ

ବ୍ରହ୍ମପୁର:ଛତ୍ରପୁରର ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡିଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଆମ ପ୍ରତି ଅନ୍ୟାୟ ହୋଇଛି ବୋଲି କହିଲେ ପୂର୍ବତନ ବିଧାୟକଙ୍କ ପତ୍ନୀ । ତୃତୀୟ ଏଡିଜେ କୋର୍ଟଙ୍କ ରାୟ ପ୍ରକାଶ ପରେ ଏନ. ନାରାୟଣ ରେଡ୍ଡିଙ୍କ ପତ୍ନୀ ଭାନୁମତି ରେଡ୍ଡି କହିଛନ୍ତି ଯେ, ଦଣ୍ଡିତ ହୋଇଥିବା ୧୩ ଜଣ ପୋଲିସ ଅଧିକାରୀଙ୍କ ହତ୍ୟା ସମୟରେ ଘଟଣାସ୍ଥଳରେ ନଥିଲେ । ଏନେଇ ତଳ କୋର୍ଟଙ୍କ ରାୟ ବିରୋଧରେ ଆମେ ଉପରିସ୍ଥ କୋର୍ଟକୁ ଯିବୁ ।

ସୂଚନାଯୋଗ୍ୟ, ୧୯୯୮ ମସିହାରେ ଟାଟା ମେଗା ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ ଓ ଉକ୍ତ ଆନ୍ଦୋଳନ ସମୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକର ସିନ୍ଦିଗାଁରେ ଅଞ୍ଚଳରେ ବୋମାମାଡ ଘଟି ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ ହତ୍ୟା ଘଟଣାରେ ତତ୍କାଳୀନ ଗଣ ସଂଗ୍ରାମ ସମିତିର ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡିଙ୍କ ସମେତ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ଏହାକୁ ନେଇ ସୋମବାର ପୂର୍ବତନ ବିଧାୟକଙ୍କ ପତ୍ନୀ ତଥା ଗଣ ସଂଗ୍ରାମ ସମିତିର ସଦସ୍ୟା ଭାନୁମତି ରେଡ୍ଡି ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,"ଟାଟା ମେଗା ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କାହାର କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ହୋଇନଥିଲା । ବୋମାମାଡ଼ ସମୟରେ ୧୩ ଜଣ ଉପସ୍ଥିତ ନଥିଲେ । ବାହାରୁ ବୋମା ଆସିଥିଲା । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଉକ୍ତ ଘଟଣା ଘଟିଥିଲା ।"

ଏହାମଧ୍ୟ ପଢନ୍ତୁ : ୨୫ ବର୍ଷ ପୂର୍ବେ ପୋଲିସ ଅଧିକାରୀଙ୍କୁ ହତ୍ୟା: ଛତ୍ରପୁର ପୂର୍ବତନ ବିଧାୟକଙ୍କ ସମେତ ୧୩ ଜଣଙ୍କୁ ୨୦ବର୍ଷ କାରାଦଣ୍ଡ

ଆହୁରି ମଧ୍ୟ କହିଛନ୍ତି ଯେ, ୨୫ ବର୍ଷ ପରେ ଉକ୍ତ ମାମଲାରେ ୧୩ ଜଣଙ୍କୁ ଆଜୀବନ ଜେଲ ନେଇ ରାୟ ଆସିବା ଆମ ପ୍ରତି ଅନ୍ୟାୟ ହୋଇଛି । ତୃତୀୟ ଏଡିଜେ କୋର୍ଟଙ୍କ ଏହି ରାୟ ବିରୋଧରେ ଆମେ ଉପରିସ୍ଥ କୋର୍ଟଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିବୁ । ପ୍ରକାଶଥାଉ କି, ବୋମାମାଡ଼ରେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ମାମଲାରେ ମୋଟ ୨୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ମାମଲାରେ ଏନ. ନାରାୟଣ ରେଡ୍ଡି ଗିରଫ ହୋଇ ପ୍ରାୟ ୧ ବର୍ଷ ୮ ମାସ ଜେଲରେ ରହିବା ପରେ ଜାମିନରେ ଆସିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 1, 2023, 10:30 AM IST

ABOUT THE AUTHOR

...view details