ବ୍ରହ୍ମପୁର:ଟାଟା ଆନ୍ଦୋଳନ ସମୟରେ ପୋଲିସ ଅଧିକାରୀଙ୍କୁ ହତ୍ୟା ଘଟଣା । ୨୫ ବର୍ଷ ପୂର୍ବର ଏହି ହତ୍ୟା ଘଟଣାରେ ରାୟ ପ୍ରକାଶ ପାଇଛି । ଛତ୍ରପୁର ପୂର୍ବତନ ବିଧାୟକଙ୍କ ସମେତ 13ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ 20 ବର୍ଷର ସଶ୍ରମ ଦଣ୍ଡାଦେଶ ଶୁଣାଇଛନ୍ତି ADJ-3 କୋର୍ଟ । ତତ୍କାଳୀନ ଗଣସଂଗ୍ରାମ ସମିତିର ନେତା ତଥା ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡିଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୫ ବର୍ଷ ପୂର୍ବେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ସିନ୍ଦିଗାଁରେ ଏହି ହତ୍ୟାକାଣ୍ଡ ହୋଇଥିଲା।
25 ବର୍ଷ ପୂର୍ବେ ଗୋପାଳପୁର ଟାଟା ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରିବା ସମୟରେ ଜଣେ ପୋଲିସ ଅଧିକାରୀଙ୍କୁ ବୋମାମାଡ କରାଯାଇ ହତ୍ୟା କରାଯାଇଥିଲା। ଏନେଇ ଦୀର୍ଘ ଦିନ ପରେ ଆଜି ବ୍ରହ୍ମପୁର ଜିଲ୍ଲା ଜଜ୍ କୋର୍ଟରେ ରାୟ ପ୍ରକାଶ ପାଇଛି। ୨୫ ବର୍ଷ ପୂର୍ବେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ସିନ୍ଦିଗାଁରେ ହୋଇଥିଲା ଏହି ହତ୍ୟାକାଣ୍ଡ। ଯେଉଁଥିରେ ପୋଲିସ ଅଧିକାରୀଙ୍କୁ ହତ୍ୟା ଘଟଣାରେ ତୃତୀୟ ଏଡିଜେ କୋର୍ଟରେ ଛତ୍ରପୁରର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡିଙ୍କୁ ସଜ୍ଜା ମିଳିଛି।
ତେବେ ୧୯୯୮ ମସିହାରେ ଟାଟା ଜମି ଅଧିଗ୍ରହଣ ସମୟରେ ଘଟିଯାଇଥିବା ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୋଭା ମେହରଙ୍କୁ ବୋମାମାଡ କରାଯାଇ ହତ୍ୟା କରାଯାଇଥିଲା । ଯେଉଁଥିରେ ଛତ୍ରପୁରର ପୂର୍ବତନ ବିଧାୟକ ଏନ.ନାରାୟଣ ରେଡିଙ୍କ ସମେତ ମୋଟ ୨୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଖାଲି ସେତିକି ନୁହେଁ, ଏହି ଘଟଣାରେ ଛତ୍ରପୁରର ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡି ଗିରଫ ହୋଇ ପ୍ରାୟ ୧ ବର୍ଷ ୮ ମାସ ଜେଲରେ ରହିବା ପରେ ଜାମିନରେ ଆସିଥିଲେ।