ଗଞ୍ଜାମ: ଆସନ୍ତା ଡିସେମ୍ୱର ୪ରୁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ-୨୦୧୯ । ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ଆୟୋଜିତ ହେବାକୁ ଥିବା ଏହି ମହତ୍ସୋବ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଡିସେମ୍ୱର ୪ରୁ ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ - flok art fastival in ganjam
ଆସନ୍ତା ଡିସେମ୍ୱର ୪ରୁ ୮ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ-୨୦୧୯ ଆୟୋଜିତ ହେବ । ପ୍ରତ୍ୟେକ ଦିନ ସଂନ୍ଧ୍ୟା ୫ଟାରୁ ସାଢେ ୭ଟା ପ୍ରର୍ଯ୍ୟନ୍ତ ବିଭିନ୍ନ ପାରମ୍ପାରିକ ଲୋକକଳା, ଲୋକନୃତ୍ୟ ପ୍ରଦର୍ଶିତ ହେବ ।
ପାଞ୍ଚ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଲୋକକଳା ମହୋତ୍ସବ ସହିତ ତାମ୍ପରା ଉତ୍ସବ, ପଲ୍ଲୀଶ୍ରୀ ମେଳା, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଓ ଗ୍ରାମୀଣ ଆବାସ ମେଳା ଅନୁଷ୍ଠିତ ହେବ । ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲା ସଂସ୍କୃତି ପରିଷଦ ଓ ପର୍ଯ୍ୟଟନ ବିଭାଗ ଓ ଓରମାସ୍ ପକ୍ଷରୁ ମିଳିତ ଭାବେ ପ୍ରତ୍ୟେକ ଦିନ ସଂନ୍ଧ୍ୟା ୫ଟାରୁ ସାଢେ ୭ଟା ପ୍ରର୍ଯ୍ୟନ୍ତ ବିଭିନ୍ନ ପାରମ୍ପାରିକ ଲୋକକଳା, ଲୋକନୃତ୍ୟ ପ୍ରଦର୍ଶିତ ହେବ । ପରେ ବଲିଉଡ୍ ଓ ଓଲିଉଡ୍ କଳାକାରମାନେ ମଞ୍ଚରେ ପରିବେଷଣ କରିବେ ନୃତ୍ୟ, ଗୀତ ଓ ସଙ୍ଗୀତ ଭଳି କାର୍ଯ୍ୟକ୍ରମ । ଏହି ଅବସରରେ ୧୬୦ଟି ଷ୍ଟଲ କରାଯିବା ସହ ମୀନାବଜାର ଓ ଫୁଡ ଷ୍ଟଲର ଆୟୋଜନ କରାଯିବ ।
ଗଞ୍ଜାମରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ