ବ୍ରହ୍ମପୁର:ସମୁଦ୍ର ମଧ୍ୟରୁ ଆର୍ଯ୍ୟପଲ୍ଲୀର ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ ଘଟଣା । ଉଦ୍ଧାର ହେଲେ ଅପହରଣ ହୋଇଥିବା ମତ୍ସ୍ୟଜୀବୀ । ଆନ୍ଧ୍ରପ୍ରଦେଶର ଭାବୁନିପଡା ସମୁଦ୍ର ଅଞ୍ଚଳରୁ ସୁରକ୍ଷିତ ଭାବେ ପାଞ୍ଚ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଗଞ୍ଜାମ ପୋଲିସ । ଶୁକ୍ରବାର ଠାରୁ ଆନ୍ଧ୍ରପ୍ରଦେଶର ମାଛ ମାଫିଆ ମାନେ ଅପହରଣ କରି ନେଇଥିବା ବେଳେ ଗୋଟିଏ ଦିନ ପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ଆର୍ଯ୍ୟପଲ୍ଲୀ ମେରାଇନ୍ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା ।
ଏହା ମଧ୍ୟ ପଢନ୍ତୁ-ମଝି ସମୁଦ୍ରରେ 5 ମତ୍ସ୍ୟଜୀବୀଙ୍କୁ ଉଠାଇ ନେଲେ ଆନ୍ଧ୍ର ମାଫିଆ, ଥାନାରେ ଅଭିଯୋଗ
ଅନ୍ୟପଟେ ମେରାଇନ୍ ଥାନା ଅଧିକାରୀ ଓ ଛତ୍ରପୁର ଏସଡିପିଓ ଘଟଣାରେ ତଦନ୍ତ କରୁଥିବା ବେଳେ ସମୁଦ୍ରର ଗତିବିଧିକୁ ନଜର ରଖି ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ମାନଙ୍କୁ ଘରକୁ ଅଣାଯିବ ବୋଲି କୁହାଯାଇଛି । ବେଆଇନ ଭାବେ ବଡ଼ ବଡ଼ ଟ୍ରଲର ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ବେଆଇନ ମାଛ ମାରୁଥିବା ବେଳେ ଆଗାମୀ ଦିନରେ ପାଟ୍ରୋଲିଂ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।