ଓଡିଶା

odisha

ETV Bharat / state

ଗୋପାଳପୁର ସମୁଦ୍ରରେ ଓଲଟିଲା ଡଙ୍ଗା, ଜଣେ ମୃତ

Fishing Boat Capsized: ବ୍ରହ୍ମପୁରର ଗୋପାଳପୁର ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା । ଡଙ୍ଗା ଓଲଟି ଜଣେ ବୃଦ୍ଧ ମୃତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 30, 2023, 1:11 PM IST

fishing boat capsized
fishing boat capsized

fishing boat capsized

ବ୍ରହ୍ମପୁର:ବ୍ରହ୍ମପୁରର ଗୋପାଳପୁର ସମୁଦ୍ରରେ ଅଘଟଣ । ଜୀବିକା ନିର୍ବାହ ପାଇଁ ମାଛ ମାରିବାକୁ ଯାଇଥିବା ବେଳେ ଗଭୀର ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା । ଡଙ୍ଗା ଓଲଟି ଜଣେ ବୃଦ୍ଧ ମୃତ । ମୃତକ ଜଣକ ହେଲେ ଗୋପାଳପୁର ଅଞ୍ଚଳର ବି. ବୈରାଗୀ । ବୃଦ୍ଧ ଜଣକ ମାଛ ଧରିବାକୁ ଯାଇଥିବା ସମୟରେ ଡଙ୍ଗା ଓଲଟି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଆଜି ଭୋର୍ ସମୟ ସାଢେ ୪ଟା ବେଳେ ବି.ବୈରାଗ, ଏମ୍ ବାଲାରାଜୁ ଓ ଏମ୍.ସିମୁଡୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ସେହି ସମୟରେ ସମୁଦ୍ରର ଉଚ୍ଚ ଜୁଆରରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ଡଙ୍ଗାରେ ବସିଥିବା ୨ ଜଣ ମତ୍ସ୍ୟଜୀବୀ ଡେଇଁ ପଡିଥିବା ବେଳେ ବୈରାଗୀଙ୍କ ଉପରେ ଦେଶୀ ଡଙ୍ଗାଟି ଓଲଟି ପଡିଥିଲା । ଏଥିରେ ବୈରାଗୀ ଗୁରୁତର ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ- ପାତାଳୀ ନଦୀରେ ବୁଡ଼ିଗଲା ଡଙ୍ଗା; ଜଣେ ମୃତ, 4 ନିଖୋଜ

ଏହା ମଧ୍ୟ ପଢନ୍ତୁ - ମଝି ସମୁଦ୍ରରେ ବୁଡ଼ିଲା ଡଙ୍ଗା, ୭ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଆଉ ଏକ ବୋଟ

ଏନେଇ ଖବର ପାଇ ଅନ୍ୟ ମତ୍ସ୍ୟଜୀବୀମାନେ ତୁରନ୍ତ ସମୁଦ୍ରକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ସଙ୍ଗେ ସଙ୍ଗେ ୩ ଜଣଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ବୈରାଗୀଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଦୁଇ ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଦୁର୍ଘଟଣା ପରେ ମୃତକଙ୍କ ପତ୍ନୀ ବି. ଗାରମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗକ୍ରମେ ଗୋପାଳପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ସେହିପରି କିଛି ଦିନ ପୂର୍ବେ କୋରାପୁଟର ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ କୁଲାରସିଂ ପଞ୍ଚାୟତରେ ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ହୋଇଥିଲା । ତାନସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ଏକ ଦେଶୀ ଡଙ୍ଗାରେ ବାଡେଲା ଗ୍ରାମକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ବିବାହ ଭୋଜିରୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ନିଖୋଜ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details