ଓଡିଶା

odisha

ETV Bharat / state

କୋରୋନା ଟିକାକରଣ ପାଇଁ ଜିଲ୍ଲା ସମନ୍ୱୟ କମିଟିର ପ୍ରଥମ ବୈଠକ - ganajam

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ଭ୍ୟାକ୍ସିନ୍, ପଲସ୍ ପୋଲିଓ ଟୀକାକରଣ ଓ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପରିଚାଳନା କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ବୈଠକ ଆୟୋଜିତ । ଅଧିକ ପଢନ୍ତୁ...

କୋରୋନା ଟିକାକରଣ ପାଇଁ ଜିଲ୍ଲା ସମନ୍ୱୟ କମିଟିର ପ୍ରଥମ ବୈଠକ
କୋରୋନା ଟିକାକରଣ ପାଇଁ ଜିଲ୍ଲା ସମନ୍ୱୟ କମିଟିର ପ୍ରଥମ ବୈଠକ

By

Published : Dec 22, 2020, 9:29 AM IST

Updated : Dec 22, 2020, 10:30 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ୍ ଭ୍ୟାକ୍ସିନ୍, ପଲସ୍ ପୋଲିଓ ଟିକାକରଣ ଓ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପରିଚାଳନା କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ବୈଠକ ବସିଛି । ଗଞ୍ଜାମ ଜିଲ୍ଲାପାଳ ଓ ଅତରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକଟି ଅନିଷ୍ଠିତ ହୋଇଛି ।

ରାଜ୍ୟର ଗଞ୍ଜାମ ଜିଲ୍ଲା ଏକ ବୃହତ୍ତମ ଜିଲ୍ଲା । ଏହି ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ମାନେ ଫେରିଥିଲେ । ଦିନକୁ ଶହ ଶହ କୋରୋନା ସଂକ୍ରମଣ ଚିହ୍ନଟ ହେଉଥିଲେ । ଜିଲ୍ଲାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଏବେ ଜିଲ୍ଲାରେ କୋରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତା କମିଛି । ଜିଲ୍ଲାବାସୀଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ । ଏହି କାର୍ଯ୍ୟକ୍ରମକୁ ଠିକ୍ ରୂପେ ପରିଚାଳନା କରି ଭ୍ୟାକ୍ସିନ ସମସ୍ତଙ୍କ ନିକଟରେ ପହଞ୍ଚେଇବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ।

ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୫,୧୦୩ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ପ୍ରଦାନ କରାଯିବ । ସେଥିନେଇ ଡାଟା ବେସ୍ ପ୍ରସ୍ତୁତ ହୋଇ କୋ ଓ୍ବିନ୍ ସାଇଟ୍ରେ ଅପଲୋଡ୍ ହୋଇସାରିଛି । କୋଭିଡ୍ ଭ୍ୟାକ୍ସିନ୍ ପହଁଞ୍ଚିବା ପରେ ତାର ରକ୍ଷଣାବେକ୍ଷଣ ସହିତ କିଭଳି ସୂଚାରୁ ରୂପେ ଭ୍ୟାକ୍ସିନ୍ ପ୍ରଦାନ କରାଯିବ ସେ ନେଇ ବୈଠକରେ ତଥ୍ୟ ପ୍ରଦାନ କରାଯାଇଛି । ଜିଲ୍ଲାରେ ଆଞ୍ଚଳିକ ଭ୍ୟାକ୍ସିନ୍ ଷ୍ଟୋରରେ ଗଚ୍ଛିତ କରାଯିବ ଏବଂ ସେହି ଠାରୁ ସମସ୍ତ କେନ୍ଦ୍ର ଗୁଡିକୁ ଭ୍ୟାକ୍ସିନ ବିତରଣ କରାଯିବ । ଭ୍ୟାକ୍ସିନ୍ ପ୍ରଦାନ କରାଯିବା କେନ୍ଦ୍ର ଗୁଡିକରେ ଭ୍ୟାକ୍ସିନ୍ ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଅପେକ୍ଷା ୬ ଫୁଟ ବ୍ୟବଧାନରେ ବସିବା ବ୍ୟବସ୍ଥା, ମାସ୍କ ପରିଧାନ ଇତ୍ୟାଦି ଦିଗରେ ସତର୍କତା ଅବଲମ୍ବନ କରାଯିବ । ଭ୍ୟାକ୍ସିନ୍ ପ୍ରଦାନ କରାଯିବା କୋଠରୀକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି କରି ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ । ଭ୍ୟାକ୍ସିନ୍ ପ୍ରଦାନ ଗୃହରେ ମୃତୟନ କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱ ଓ ଭ୍ୟାକ୍ସିନ୍ ପ୍ରଦାନ ପରେ ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କୁ ୩୦ ମିନିଟ୍ ନିରୀକ୍ଷଣରେ ରଖାଯିବ ।

ସେହିପରି ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାମୟିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ଫେବୃୟାରୀ ମାସରେ ଆରମ୍ଭ ହେବ । ଗର୍ଭବତୀ ମହିଳା, ୨ବର୍ଷରୁ କମ୍ ବୟସର ଶିଶୁ ଓ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଜିଲ୍ଲାର ସମସ୍ତ ଲୋକଙ୍କୁ ଡିଇସି ବଟିକା ସହିତ ଆଲବେଣ୍ଡାଜୋଲ୍ ବଟିକା ଦିଆଯିବ । ଆଶାକର୍ମୀ କିମ୍ବା ତାଲିମ୍ ପ୍ରାପ୍ତ ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ଏହି ଔଷଧ ବିନା ମୂଲ୍ୟରେ ଦିଆଯିବ । ଏହି କାର୍ଯ୍ୟକ୍ରମ ଯେପରି ଶତପ୍ରତିଶତ ସଫଳ ହେବ ଏବଂ ଜିଲ୍ଲାର ସମସ୍ତ ଜନସାଧାରଣ ନିର୍ଦ୍ଧାରିତ ସେବନ ଦିନ ଔଷଧ ଖାଇବେ ସେ ଦିଗରେ ଅଧିକ ଗୁରୁତ୍ବ ଦିଆଯାଇଛି । ୨୦୨୦ ମସିହାରେ ଜିଲ୍ଲାରେ ୩୭,୭୮,୯୬୪ ଲୋକଙ୍କ ମଧ୍ୟରୁ ୩୫,୪୪,୯୫୮ଜଣ ଏହି ବଟିକା ଖାଇବା ନେଇ ଚିହ୍ନଟ ହୋଇଛନ୍ତି । ଜାନୁୟାରୀ ୨୦୨୧ ରେ ୩,୫୦,୮୪୯ ଜଣ ଶିଶୁଙ୍କୁ ପଲସ୍ ପୋଲିଓ ଟିକା ପ୍ରଦାନ କରାଯିବା ଲକ୍ଷ୍ୟ ରଖାଯାଇଛି ।

ଆୟୋଜିତ ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର ,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ ଜଗଦୀଶ୍ ପଟ୍ଟନାୟକ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ (ଭି. ଆଣ୍ଡ ଡି) ଡା. ସନ୍ତୋଷ କୁମାର ପାଢୀ, ଅତିରିକ୍ତ ସ୍ୱାସ୍ଥ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 22, 2020, 10:30 AM IST

ABOUT THE AUTHOR

...view details