ବ୍ରହ୍ମପୁର: ପବିତ୍ର ମହାସପ୍ତମୀରେ ଅଘଟଣ । ଗଞ୍ଜାମ ଜିଲ୍ଲାର ସିଦ୍ଧ ମା' ତାରାତାରିଣୀଙ୍କ ଦୀପ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ଦେଖାଯାଇଛି । ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ମନ୍ଦିରରେ ପହଞ୍ଚି ସ୍ଥାନୀୟ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି ।
ମହାସପ୍ତମୀରେ ମା' ତାରାତାରିଣୀ ପୀଠରେ ଅଘଟଣ, ଜଳିଗଲା ଦୀପଘର - ମା' ତାରାତାରିଣୀ
ମହାସପ୍ତମୀରେ ତାରାତାରିଣୀ ପୀଠରେ ଘଟିଛି ଅଘଟଣ । ମନ୍ଦିରର ଦୀପ ଘରେ ନିଆଁ ଲାଗିଯାଇଥିବା ସୂଚନା । ଅଧିକ ପଢନ୍ତୁ...

ମହାସପ୍ତମୀରେ ଅଘଟଣ, ମା' ତାରାତାରିଣୀଙ୍କ ଦୀପ ଘରେ ଲାଗିଲା ନିଆଁ
ମହାସପ୍ତମୀରେ ମା' ତାରାତାରିଣୀ ପୀଠରେ ଅଘଟଣ, ଜଳିଗଲା ଦୀପଘର
ମନ୍ଦିର ପରିସରରେ ଭକ୍ତ ମାନଙ୍କ ପକ୍ଷରୁ ଲଗାଯାଇଥିବା ଦୀପ ଘରେ ହଠାତ୍ କିଏ କ'ଣ ବୁଝିବା ପୂର୍ବରୁ ମା'ଙ୍କ ଏହି ଘରୁ ବହୁ ପରିମାଣରେ ନିଆଁ ଦେଖିବାକୁ ମିଳିଥିଲା । ଜୋରରେ ଧୂଆଁ ବାହାରିବାକୁ ଲାଗିବାକୁ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ କରାଯାଇଥିଲା ଆୟତ୍ତ । ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Oct 12, 2021, 2:47 PM IST