ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ବାରୁଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 15 ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଜଳିଗଲା 8 ପରିବାରର 15 ବଖରା ଘର - ବାରୁଡା ଗ୍ରାମରେ ଅଗ୍ନିକାଣ୍ଡ
ଗଞ୍ଜାମ ଜିଲ୍ଲା ବାରୁଡା ଗ୍ରାମରେ ଅଗ୍ନିକାଣ୍ଡ । ଜଳିପୋଡି ପାଉଁଶ ହୋଇଗଲା 15 ବଖରା । ଅଧିକ ପଢନ୍ତୁ...
ଗଞ୍ଜାମରେ ଜଳିଗଲା 8 ପରିବାରର 15 ବଖରା
ଜଳିଗଲା 8 ପରିବାରର 15 ବଖରା ଘର
ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗ୍ରାମର ତଳସାହିରେ ଆଠ ପରିବାରର ପନ୍ଦର ବଖରା ପୋଡି ପାଉଁଶ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ବାରୁଡ଼ା ରାଜସ୍ୱ ନିରୀକ୍ଷକ ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଫେରିଥିବା ଜଣାପଡିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ
Last Updated : Mar 2, 2021, 5:25 PM IST