ଓଡିଶା

odisha

ETV Bharat / state

ଫାଇନାନ୍ସ ଏଜେଣ୍ଟଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ 4 ଗିରଫ - ଭଞ୍ଜନଗର ଫାଇନାନ୍ସ କମ୍ପାନୀ ଏଜେଣ୍ଟକୁ ମାଡମାରି ଲକ୍ଷାଧିକ ଟଙ୍କା ଲୁଟ

ଗଞ୍ଜାମ ଜିଲ୍ଲାରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟକୁ ମାଡମାରି ଲକ୍ଷାଧିକ ଟଙ୍କା ଲୁଟ ଘଟଣା ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

finance-employee-loot-matter-in-bhangnagar-4-arrested
ଫାଇନାନ୍ସ ଏଜେଣ୍ଟଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣା 4 ଗିରଫ

By

Published : Feb 7, 2020, 8:52 PM IST


ଭଞ୍ଜନଗର: ଫାଇନାନ୍ସ କମ୍ପାନୀ ଏଜେଣ୍ଟକୁ ମାଡମାରି ଲକ୍ଷାଧିକ ଟଙ୍କା ଲୁଟ ଘଟଣା । ଏହି ମାମଲାରେ ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସେମାନଙ୍କ ନିକଟରୁ ଟଙ୍କା ସହ ଦୁଇଟି ମୋଟର ସାଇକେଲ ସହ ଛୁରୀ ଜବତ କରିଛି ।

ଫାଇନାନ୍ସ ଏଜେଣ୍ଟଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣା 4 ଗିରଫ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଞ୍ଚଳରେ ଜାନୁଆରୀ ମାସରେ ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟକୁ ମାଡମାରି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିଲା । ଏନେଇ କମ୍ପାନୀର ଏଜେଣ୍ଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ କୋଡିଏ ହଜାର ଟଙ୍କା ସହ ଦୁଇଟି ମୋଟର ସାଇକେଲ ଓ ଗୋଟିଏ ଛୁରୀ ଜବତ ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details