ଓଡିଶା

odisha

ETV Bharat / state

ଦୁଇ ବିଚାରଧୀନ କଏଦୀଙ୍କ ମଧ୍ୟରେ ମାରପିଟ, ଘଟଣାର ତଦନ୍ତ ଆରମ୍ଭ - Fighting erupts between two inmates, and an investigation is under way

ଆସିକା ସବଜେଲରେ ଦୁଇ ବିଚାରଧୀନ କଏଦୀଙ୍କ ମଧ୍ୟରେ ମାରପିଟ। ଘଟଣାର ତଦନ୍ତ ଆରମ୍ଭ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ....

Fighting erupts between two inmates, and an investigation is under way
ଦୁଇ ବିଚାରଧୀନ କଏଦୀଙ୍କ ମଧ୍ୟରେ ମାରପିଟ, ଘଟଣାର ତଦନ୍ତ ଆରମ୍ଭ

By

Published : Jun 8, 2020, 12:07 PM IST

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଆସିକା ସବଜେଲରେ ଦୁଇ ବିଚାରଧୀନ କଏଦୀଙ୍କ ମଧ୍ୟରେ ମାରପିଟ ହୋଇଛି । ଏନେଇ ଜେଲ ଅଧିକ୍ଷକ ଆସିକା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଜେଲରେ ଥିବା ସୁଶୀଲ ବେହେରା ଅନ୍ୟ ଦୁଇ ଅନ୍ତେବାସୀ ଅନନ୍ତ ପଟ୍ଟନାୟକ ଓ ବଳରାମ ରେଡିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଜେଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।

ଦୁଇ ବିଚାରଧୀନ କଏଦୀଙ୍କ ମଧ୍ୟରେ ମାରପିଟ, ଘଟଣାର ତଦନ୍ତ ଆରମ୍ଭ

ଏଭଳି ଘଟଣା ଘଟିଥିବାରୁ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଜେଲରେ ପୂର୍ବରୁ ନିୟମିତ ଚଢ଼ାଉ କରାଯାଉଥିଲା । ତେବେ ଜେଲ ପରିସରରୁ ଗଞ୍ଜେଇ, ଗୁଟୁଖା ସମେତ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ ହେବାର ନଜିର ମଧ୍ୟ ରହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ ,ଇଟିଭି ଭାରତ

ABOUT THE AUTHOR

...view details