ଓଡିଶା

odisha

ETV Bharat / state

ଭଞ୍ଜନଗରରେ ଜୋରଦାର ଚେକିଂ, ରାମଚଣ୍ଡୀ ମନ୍ଦିର ପୂଜକ ଅଟକ - Strict checking in Bhanjanagar

ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ ଭଞ୍ଜନଗର ଠାରେ ଲକଡାଉନ ସ୍ଥିତି ସମୀକ୍ଷା କରିଛନ୍ତି । ଉପଜିଲ୍ଲାପାଳଙ୍କ ଦ୍ୱାରା ସ୍ଥାନୀୟ କୁଲାଡ଼ ରୋଡ, ବେଲଗୁଣ୍ଠା ରୋଡ ଏବଂ ତନରଡା ଛକ ଠାରେ ଚେକିଂ ଜୋରଦାର କରିଛନ୍ତି । ମୁଖ୍ୟତଃ ମାସ୍କ, ହେଲମେଟ ପିନ୍ଧି ନଥିବା ଏବଂ ବାଇକରେ ଦୁଇ ଜଣ ବସିଥିବା ଲୋକଙ୍କ ଠାରୁ ମୋଟ 16 ହଜାର 2ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆହୁରି ପଢନ୍ତୁ...

Fear of lockdown, Strict checking in Bhanjanagar
ଲକଡାଉନ ଭୟ, ଭଞ୍ଜନଗରରେ ଜୋରଦାର ଚେକିଙ୍ଗ

By

Published : Apr 21, 2020, 7:55 PM IST

ଭଞ୍ଜନଗର: ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ ଭଞ୍ଜନଗର ଠାରେ ଲକଡାଉନ ସ୍ଥିତି ସମୀକ୍ଷା କରିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ୱାରା ସ୍ଥାନୀୟ କୁଲାଡ଼ ରୋଡ, ବେଲଗୁଣ୍ଠା ରୋଡ ଏବଂ ତନରଡା ଛକ ଠାରେ ଚେକିଙ୍ଗ ଜୋରଦାର କରିଛନ୍ତି ।

ଲକଡାଉନ ଭୟ, ଭଞ୍ଜନଗରରେ ଜୋରଦାର ଚେକିଙ୍ଗ

ମୁଖ୍ୟତଃ ମାସ୍କ, ହେଲମେଟ ପିନ୍ଧି ନଥିବା ଏବଂ ବାଇକରେ ଦୁଇ ଜଣ ବସିଥିବା ଲୋକଙ୍କ ଠାରୁ ମୋଟ 16 ହଜାର 2 ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ବେଲଗୁଣ୍ଠା ରୋଡରେ ଥିବା ଝଙ୍କରାଇ ରାମଚଣ୍ଡୀ ମନ୍ଦିରର ପୂଜକକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଥାନାରେ ଅଟକ ରଖାଯାଇଛି ।

ପୂଜକ ଲକଡାଉନ ନ ମାନି ଭକ୍ତଙ୍କ ପୂଜା କରୁଥିଲେ । ଏହି ଚଢାଉରେ ଉପଜିଲ୍ଲାପାଳଙ୍କ ସହ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ମଧ୍ୟ ସାମିଲ ଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details