ଭଞ୍ଜନଗର: ପୁଅର ମାଡ଼ରେ ବାପାର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାସିବିଲ୍ଲୀ ଗ୍ରାମରେ । ମୃତକ ଜଣକ ହେଲେ ୭୨ ବର୍ଷୀୟ ପ୍ରଭାକର ସାହୁ । ସୂଚନା ଅନୁସାରେ, ପୁଅ ଅନ୍ତର୍ଯ୍ୟାମୀ ସାହୁ ଓ ବାପା ପ୍ରଭାକର ସାହୁ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା । ସେଥିରେ ପୁଅ ଉତ୍କ୍ଷିପ୍ତ ହୋଇ ବାପାକୁ ଜୋରରେ ଆଘାତ ଦେଇଥିଲା । ଫଳରେ ସେ ତଳେ ପଡିଯାଇ ତାଙ୍କ ମୃତ୍ୟୁ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ:ଅଫିସରେ ମଦ ପିଇଲେ RBSK ମ୍ୟାନେଜର, ଫଟୋ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ