ଓଡିଶା

odisha

ETV Bharat / state

କ୍ଷତିପୂରଣ ଦାବିରେ ରେଞ୍ଜ ଅଫିସ ସମ୍ମୁଖରେ ଚାଷୀ ଆନ୍ଦୋଳନ

ଗଞ୍ଜାମ ଜିଲ୍ଲାରେ ବାରହା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଫସଲର କ୍ଷତିପୂରଣ ଦାବିରେ ଚାଷୀଙ୍କ ଆନ୍ଦୋଳନ । ରେଞ୍ଜର ଅଫିସରେ ତାଲା ପକାଇ ଧାରଣାରେ ବସିଲେ କ୍ଷତିଗ୍ରସ୍ତ ଚାଷୀ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭଞ୍ଜନଗର

By

Published : Nov 20, 2019, 9:15 PM IST

ଭଞ୍ଜନଗର : ରେଞ୍ଜ ଅଫିସରେ ତାଲା ପକାଇ ଧାରଣାରେ ବସିଲେ କ୍ଷତିଗ୍ରସ୍ତ ଚାଷୀ । ବାରହା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଫସଲର କ୍ଷତିପୂରଣ ଦାବିରେ ଚାଷୀ ଆନ୍ଦୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭଞ୍ଜନଗର

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ବୁରୁଝୋଳା ଓ ଖୋଳଖାଳି ଗ୍ରାମର 50 ରୁ ଊର୍ଦ୍ଧ ଚାଷୀ ରେଞ୍ଜ ଅଫିସରେ ତାଲା ପକାଇ ଧାରଣାରେ ବସିଛନ୍ତି । ଵାରହା ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଚାଷୀ ମାନେ ବାରମ୍ବାର କ୍ଷତିପୂରଣ ପାଇଁ ଅଭିଯୋଗ କରିଆସୁଥିଲେ ମଧ୍ୟ ଅଫିସ ପକ୍ଷରୁ କୌଣସି ପଦକ୍ଷପ ନିଆଯାଇନାହିଁ । ଯାହା ଫଳରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରି ଅଣ ଚାଷୀଙ୍କୁ ତାଲିକାରେ ସାମିଲ କରାଯାଇଛି ବୋଲି ଅଭିଯୋଗ ହୋଇଛି ।

2015 ମସିହାରେ ଵାରହା ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୁରଣ ନ ମିଳିବା ଅଭିଯୋଗ କରି ଦୁଇ ଗ୍ରାମର କ୍ଷତିଗ୍ରସ୍ତ ଚାଷୀମାନେ ଧାରଣାରେ ବସିଥିଲେ । ବୁଗୁଡ଼ା ରେଞ୍ଜର ଆସି ଚାଷୀଙ୍କ ସହ ଆଲୋଚନା କରିବା ସହିତ ପ୍ରତିଶୃତି ଦେବାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ଆଗାମୀ ଦିନରେ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details