ବ୍ରହ୍ମପୁର:ସହରରେ ପ୍ରତ୍ୟେକ ବର୍ଷ ମହାଳୟ ଅମାବାସ୍ୟା ଠାରୁ ଆରମ୍ଭ କରି କୁମାରପୂର୍ଣିମା ପର୍ଯ୍ୟନ୍ତ ଆୟୋଜିତ ହୋଇଥାଏ ମା’ କାଳୁଆଙ୍କ ଯାତ୍ରା । ସହରର ଗୋଷାଣିନୂଆଗାଁ ଅଞ୍ଚଳର ପ୍ରସିଦ୍ଧ ମାଆଙ୍କ ଯାତ୍ରାକୁ ଏହି ସମୟରେ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ଭିଡ ଜମିଥାଏ । ହେଲେ ଚଳିତବର୍ଷ କୋଭିଡ କଟକଣା ମଧ୍ଯରେ ଆରମ୍ଭ ହୋଇଛି ମାଆଙ୍କ ଯାତ୍ରା । ପ୍ରଶାସନ ପକ୍ଷରୁ ବିନା ଭକ୍ତରେ ଯାତ୍ରା ଆୟୋଜିତ କରିବା ପାଇଁ ଅସ୍ଥାୟୀ ମନ୍ଦିରରେ ଜାରି କରାଯାଇଛି ୧୪୪ ଧାରା । ତେବେ ଦେଖିବା ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ...
ମା’ ଆସିଛନ୍ତି ତାଙ୍କ ବାପଘରକୁ । ଯାହାକୁ ନେଇ ଉତ୍ସବମୁଖର ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଅଞ୍ଚଳ । ହେଲେ କୋଭିଡକୁ ନେଇ ଅସ୍ଥାୟୀ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ହୋଇଯାଇଛି କଟକଣା । ଭକ୍ତ ଓ ଭଗବାନ ମଧ୍ୟରେ ପ୍ରଶାସନ ଛିଡା କରାଇଛି ଲୁହାର ସୁରକ୍ଷା ପାଚେରୀ । ଏପରିକି ବାହାରୁ ଭକ୍ତ ଆସିବା ତ ଦୂରର କଥା ମାଆଙ୍କ ଅସ୍ଥାୟୀ ମନ୍ଦିର ନିକଟରେ ମଧ୍ୟ ରହୁଥିବା ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ କରାଯାଇଛି ବାରଣ । ଶେଷରେ ନିରୂପାୟ ହୋଇ ମୁଖ୍ୟ ରାସ୍ତା ଉପରେ ମାଆକୁ ତା'ର ଅନ୍ତର ବେଦନା ଜଣାଉଛନ୍ତି ମାଆଙ୍କ ସନ୍ତାନମାନେ ।