ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ଶତାଧିକ ଚାଷୀଙ୍କ ବିକ୍ଷୋଭ - ଶତାଧିକ ଚାଷୀଙ୍କ ବିକ୍ଷୋଭ

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକରେ ପ୍ରାୟ ୧୫ ଦିନ ହେଲା ଚାଷୀମାନଙ୍କୁ ସୋସାଇଟିରୁ ଆବଶ୍ୟକ ସାର ମିଳୁନଥିବା ଅଭିଯୋଗ ଶତାଧିକ ଚାଷୀ ଏକତ୍ରିତ ହୋଇ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

famer protest
ବିଭିନ୍ନ ଦାବି ନେଇ ଶତାଧିକ ଚାଷୀଙ୍କ ବିକ୍ଷୋଭ

By

Published : Aug 21, 2020, 12:18 PM IST

ଭଞ୍ଜନଗର: ସୋସାଇଟି ଗୁଡିକରୁ ଆବଶ୍ୟକ ସାର ମିଳୁନଥିବା ଅଭିଯୋଗରେ ଶତାଧିକ ଚାଷୀଙ୍କ ବିକ୍ଷୋଭ । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକରେ ପ୍ରାୟ ୧୫ ଦିନ ହେଲା ଚାଷୀମାନଙ୍କୁ ସୋସାଇଟିରୁ ଆବଶ୍ୟକ ସାର ମିଳୁନଥିବା ଅଭିଯୋଗ ଶତାଧିକ ଚାଷୀ ଏକତ୍ରିତ ହୋଇ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୋସାଇଟି ଗୁଡ଼ିକରେ ସରକାରୀ ଭାବେ ସାର ମହଜୁଦ ନାହିଁ । ଏପଟେ ଘରୋଇ ଡିଲରଙ୍କ ଗୋଦାମ ଗୃହରେ ଶହ ଶହ ସାର ବସ୍ତା ଥିଲେ ମଧ୍ୟ ତାହା ଚାଷୀଙ୍କୁ ସରକାରୀ ଧାର୍ଯ୍ୟ ମୁତାବକ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏପରିକି ସରକାରୀ ଧାର୍ଯ୍ୟ ଅନୁସାରେ ୟୁରିଆ ସାର ବସ୍ତା ପିଛା ପ୍ରତ୍ୟେକ ଚାଷୀଙ୍କୁ ୨୬୬ ଟଙ୍କା ୫୦ ପଇସାରେ ପ୍ରଦାନ କରାଯିବାକୁ କୁହାଯାଇଛି ।

ବିଭିନ୍ନ ଦାବି ନେଇ ଶତାଧିକ ଚାଷୀଙ୍କ ବିକ୍ଷୋଭ

କିନ୍ତୁ ଡିଲର ମାଲିକମାନେ ମନଇଚ୍ଛା ପ୍ରତି ୟୁରିଆ ସାର ବସ୍ତାକୁ ଚଢ଼ା ଦର ୪୫୦ ଟଙ୍କାରେ ବିକ୍ରି କରି କଳାବଜାରୀ କରୁଥିବା ଚାଷୀମାନେ ଅଭିଯୋଗ କରି ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ବୁଗୁଡା ତହସିଲଦାର ଚାଷୀଙ୍କ ପାଖକୁ ଯାଇ ବୁଝାସୁଝା କରିବା ସହ ସରକାରୀ ଧାର୍ଯ୍ୟ ଅନୁସାରେ ସାର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନରୁ ହଟିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details