ଓଡିଶା

odisha

ETV Bharat / state

ବାଣ ତିଆରି ବେଳେ ବିସ୍ଫୋରଣ, 2 ମୃତ

ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରୁ ଗ୍ରାମରେ ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ ଘଟିବାରୁ 2 ଜଣଙ୍କ ମୃତ୍ୟୁ ଘଟିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Oct 28, 2019, 8:32 PM IST

ବ୍ରହ୍ମପୁର: ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ ହେବାରୁ 2 ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମର ଖଲିକୋଟ ଥାନା ଅଧିନସ୍ଥ ଶ୍ୟାମସୁନ୍ଦରପୁରୁ ଗ୍ରାମରେ ଘଟିଛି ଏଭଳି ଅଘଟଣ। ମୃତକଦ୍ବୟ ହେଉଛନ୍ତି ଶରଧା ଦାସ ଓ ମାଧବ ଦାସ।

ଶ୍ୟାମସୁନ୍ଦରପୁରୁ ଗ୍ରାମରେ ବେଆଇନ ଭାବେ ବାଣ ତିଆରି କରୁଥିବା ସ୍ଥାନରେ ଅସାବଧାନତା ଯୋଗୁଁ ଏହି ବିସ୍ଫୋରଣ ଘଟିଥିଲା । ଏ ଘଟଣାରେ ଉଭୟ ଶରଧା ଏବଂ ମାଧବ ଗରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁରସ୍ଥିତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ଖଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବିସ୍ଫୋରଣ ସାମଗ୍ରୀ ଜବତ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସେହିପରି ଖଲିକୋଟ ଥାନାର କୈରାଶି ଗ୍ରାମରେ କୁନା ଜେନା ନାମକ ଜଣେ ୧୦ ବର୍ଷର ବାଳକ ଏକ ଅଫୁଟା ବାଣ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details