ଓଡିଶା

odisha

ETV Bharat / state

ଅବକାରୀ ବିଭାଗର ଚଢାଉ, ୫୯ କିଲୋ ଗଞ୍ଜେଇ ସହ ଜଣେ ଗିରଫ

ଅବକାରୀ ବିଭାଗ ପାଟପୁର ଥାନା ଅନ୍ତର୍ଗତ କଂସାମାରୀ ଢେପସାହିର ଏକ ଘରେ ଅତର୍କିତ ଭାବରେ ଚଢାଉ କରି 4 ବସ୍ତା ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଧିକ ପଢନ୍ତୁ:

ଅବକାରୀ ବିଭାଗର ଚଢ଼ାଉ - ୪ ବସ୍ତା ଗଞ୍ଜେଇ ଜବତ ,ଜଣେ ଗିରଫ
ଅବକାରୀ ବିଭାଗର ଚଢ଼ାଉ - ୪ ବସ୍ତା ଗଞ୍ଜେଇ ଜବତ ,ଜଣେ ଗିରଫ

By

Published : Nov 8, 2020, 10:29 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ କଂସାମାରୀ ଢେପସାହିର ଏକ ଘରେ ଅତର୍କିତ ଭାବରେ ଚଢାଉ କରାଯାଇଛି । 4ଟି ବସ୍ତାରେ ମହଜୁତ ରହିଥିବା ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଅବକାରୀ ବିଭାଗ ଓ ବ୍ରହ୍ମପୁର ମୋବାଇଲ ଷ୍ଟ୍ରାଇକିଂ ଫୋର୍ସ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇଥିଲା ।

ମୋଟ ୫୯ କିଲୋ ୧୫୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯିବା ସହ ସାନଖେମୁଣ୍ଡି ବ୍ଲକ କଂସାମାରୀ ଗ୍ରାମର ନରହରି ବେହେରାଙ୍କୁ ଗିରଫ କରାଯାଇଛି ।

ଖବରନୁଯାୟୀ, ଗିରଫ ନରହରି ଦୀର୍ଘ 10ବର୍ଷ ଧରି ବେଆଇନ ଭାବରେ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଆଣି ରାଜ୍ୟର କଟକ , ଭୁବନେଶ୍ଵର ଓ ପୁରୀ ସହର ସମେତ ରାଜ୍ୟ ବାହାରକୁ ଚୋରାଚାଲାଣ କରି ଆସୁଥିବା ଖବର ପାଇ ଏଭଳି ଚଢାଉ କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ଗିରଫ ନରହରି ଗଜପତି ଓ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଆଣି ନିଜ ବାସଭବନରେ ରଖିଥିବା କୌଣସି ବିଶେଷ ସୁତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା । ଅବକାରୀ ଭ୍ରାମ୍ୟମାଣ ଉପ ନିରୀକ୍ଷକ ଶ୍ରୀଧର ମହାନ୍ତି ଓ ଦିଗପହଣ୍ଡି ଅବକାରୀ ଉପ ନିରୀକ୍ଷକ ଅଭିରାମ ସାହୁଙ୍କ ନେତୃତ୍ବରେ କର୍ମଚାରୀମାନେ ନରହରିଙ୍କ ବାସଭବନରେ ଅତର୍କିତ ଚଢ଼ାଉ କରିଥିଲେ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details