ଓଡିଶା

odisha

ETV Bharat / state

ଅବକାରୀ-ପୋଲିସର ଚଢ଼ାଉ, 12 ହଜାର ଲିଟର ଦେଶୀମଦ ଓ ପୋଚ ନଷ୍ଟ - ୧୨ ହଜାର ଲିଟର ଦେଶୀ ମଦ ଜବତ

ଗଞ୍ଜାମ ଜିଲ୍ଲାରେ ଅବକାରୀ ଓ ପୋଲିସର ଚଢ଼ାଉ । ୧୨ ହଜାର ଲିଟର ଦେଶୀ ମଦ ଏବଂ ଗୁଡ ମିଶ୍ରିତ ପୋଚକୁ ନଷ୍ଟ କଲା ପ୍ରଶାସନ । ଅଧିକ ପଢନ୍ତୁ...

ଅବକାରୀ-ପୋଲିସର ଚଢ଼ାଉ
ଅବକାରୀ-ପୋଲିସର ଚଢ଼ାଉ

By

Published : Jun 28, 2021, 6:58 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳରେ ଅବକାରୀ ଓ ପୋଲିସ ବିଭାଗର ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ସହ ଦେଶୀ ମଦକୁ ନଷ୍ଟ କରିଛି ପ୍ରଶାସନ ।

ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ବାବଧାନରେ ବ୍ରହ୍ମପୁର ଅବକରୀ ବିଭାଗ, ଜରଡ଼ା ଥାନା ପୋଲିସ ଓ ଏପିଆର୍ ପୋଲିସ ଫୋର୍ସ ପକ୍ଷରୁ ମିଳିତ ଭାବରେ ଏହି ଚଢ଼ାଉ କରାଯାଇଥିଲା । ଏହା ସହିତ ନାଳ କଡରେ ରହିଥିବା ଖୋଲା ସ୍ଥାନ ବାଙ୍କ ସାହି, ତୁମ୍ବା, ଗଉଡ଼ୁଣି ଭଳି ଅଞ୍ଚଳରେ ଚଢାଉ କରାଯାଇଥିବା ବେଳେ ୧୨ ହଜାର ଲିଟର ଦେଶୀ ମଦ ଏବଂ ଗୁଡ ମିଶ୍ରିତ ପୋଚକୁ ନଷ୍ଟ କରିବା ସହିତ ୬୦ ଗୋଟି ପ୍ଲାଷ୍ଟିକ ଡ୍ରମ୍‌କୁ ଜବତ କରାଯାଇଛି।

ଏହି ଚଢ଼ାଉରେ ଜରଡ଼ା ଥାନାଧିକାରୀ ଭାବାନନ୍ଦ ପ୍ରଧାନ, ଏସ୍‌ଆଇ ସତ୍ୟନାରାୟଣ ପାଢୀ, ଚିକିଟି ଅବକାରୀ ବିଭାଗ ଇନସପେକ୍ଟର ବାଳକୃଷ୍ଣ ପରିଡ଼ା, ମୋବାଇଲ ଇନସପେକ୍ଟର ମିହିର ସେଠୀ, ସଦର ଅବକାରୀ ଆଇ. ଆଇ. ସି ରୋଷନ ହାସଂଦାଙ୍କ ସହ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପ୍ରମୁଖ ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details