ଓଡିଶା

odisha

ETV Bharat / state

ଗଞ୍ଜାମରେ ରାତି ସୁଦ୍ଧା ସରିବ ସ୍ଥାନାନ୍ତରଣ ପ୍ରକ୍ରିୟା

ଫନି ପାଇଁ ଗଞ୍ଜାମ ଜିଲ୍ଲାର ବଡ ଅର୍ଯ୍ୟପଲ୍ଲୀ ସମେତ ବିଭିନ୍ନ ସମୁଦ୍ର କୁଳବର୍ତ୍ତୀ ଗ୍ରାମ ଗୁଡିକରେ ଘରକୁ ଘର ବୁଲି ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନ କୁ ଯିବା ପାଇଁ କହୁଥିବାର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

By

Published : May 2, 2019, 9:08 PM IST

ଛତ୍ରପୁର: ଫନି ପାଇଁ ଗଞ୍ଜାମ ଜିଲ୍ଲାର ବଡ ଅର୍ଯ୍ୟପଲ୍ଲୀ ସମେତ ବିଭିନ୍ନ ସମୁଦ୍ର କୁଳବର୍ତ୍ତୀ ଗ୍ରାମ ଗୁଡିକରେ ଘରକୁ ଘର ବୁଲି ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କହୁଥିବାର ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବାତ୍ୟା ପୂର୍ବରୁ ଲୋକଙ୍କୁ ବୁଝାସୁଝା କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଛି । ସ୍ଥାନାନ୍ତରଣ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଏସ୍.ପି ବ୍ରିଜେଶ ରାୟଙ୍କ ସମେତ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ରହିଛନ୍ତି ।

ରାତି ସୁଦ୍ଧା ସମୁଦ୍ର କୂଳବର୍ତ୍ତି ତଥା ତଳିଆ ଅଞ୍ଚଳର ସମସ୍ତ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details