ଓଡିଶା

odisha

ETV Bharat / state

ସିଲ୍କ ସିଟି ଫେଷ୍ଟରେ ପୁରସ୍କୃତ ହେଲେ ଇଟିଭି ଭାରତ ସମ୍ୱାଦଦାତା

ସିଲକ୍ ସିଟି ଫେଷ୍ଟର ଉଦଯାପନୀ ସଂନ୍ଧ୍ୟାରେ ପୁରସ୍କୃତ ହେଲେ ଇଟିଭି ଭାରତ ସମ୍ୱାଦଦାତା । ଅଧିକ ପଢନ୍ତୁ

By

Published : Jan 18, 2023, 6:54 AM IST

etv bharat reporter
etv bharat reporter

etv bharat reporter

ବ୍ରହ୍ମପୁର:ଗତ ପାଞ୍ଚ ଦିନ ଧରି ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇ ଆସିଥିଲା ସିଲକ୍ ସିଟି ଫେଷ୍ଟ । ଏହି ଫେଷ୍ଟର ଉଦଯାପନୀ ସଂନ୍ଧ୍ୟାରେ ପୁରସ୍କୃତ ହେଲେ ଇଟିଭି ଭାରତ ସମ୍ୱାଦଦାତା । ବ୍ରହ୍ମପୁର ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ପୂର୍ବରୁ ସ୍ଥାନୀୟ ମହାନଗର ନିଗମ ପକ୍ଷରୁ ଆୟୋଜିତ କରାଯାଇଥିବା ଓଡିଶାରେ ହକିର ଭବିଷ୍ୟତ ସଂପର୍କିତ ବିତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇଟିଭି ଭାରତର ସମ୍ୱାଦିକ ସମୀର କୁମାର ଆଚାର୍ଯ୍ୟଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି ସମାଜର ପ୍ରତିନିଧି ସାମ୍ୱାଦିକ ଆଶୀର୍ବାଦ ରାଉତଙ୍କୁ ଦ୍ୱିତୀୟ ପୁରସ୍କାର, ସକାଳ ଖବରକାଗଜର ପ୍ରତିନିଧି କ୍ଷୀରସିନ୍ଧୁ ମହାନ୍ତି ଏବଂ ସର୍ବସାଧାରଣ ଖବରକାଗଜର ପ୍ରତିନିଧି ଶିବରାମ ଚୌଧୁରୀ ଯଥାକ୍ରମେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି । ତେବେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ , ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ପଟ୍ଟନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପେନ୍ଦ୍ର ତ୍ରିପାଠୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ବ୍ରହ୍ମପୁର ମେୟର ସଂଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡି, ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜର ଆଇ.ଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର କମିଶନର ଜେ.ସୋନାଲ ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ୍ , ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତିଭାଶନଙ୍କ ଉପସ୍ଥିତିରେ ମଞ୍ଚରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ ,ବ୍ରହ୍ମପୁର

ABOUT THE AUTHOR

...view details