ଓଡିଶା

odisha

By

Published : Oct 13, 2021, 12:17 PM IST

ETV Bharat / state

ଫସଲ କ୍ଷେତରେ ପଶିଲେ ହାତୀ, ବ୍ୟାପକ କ୍ଷୟକ୍ଷତି

ଗଞ୍ଜାମ ଧରାକୋଟ ବନାଞ୍ଚଳରେ ହାତୀ ତାଣ୍ଡବ । ଏକର ଏକର ଚାଷ ଜମି ଖିନଭିନ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଲେ ହାତୀ । ଅଧିକ ପଢନ୍ତୁ...

ଫସଲ କ୍ଷେତରେ ପଶିଲେ ହାତୀ, ଘଟାଇଲେ ବ୍ୟାପକ କ୍ଷତି
ଫସଲ କ୍ଷେତରେ ପଶିଲେ ହାତୀ, ଘଟାଇଲେ ବ୍ୟାପକ କ୍ଷତି

ଭଞ୍ଜନଗର: ଗ୍ରାମାଞ୍ଚଳରେ ତାଣ୍ଡବ କରୁଛନ୍ତି ହାତୀ । ଘରଦ୍ବାର ଭାଙ୍ଗିବା ସହ ଏକର ଏକର ଚାଷ ଜମି ଉଜାଡିଲେ ହାତୀପଲ । ଗଞ୍ଜାମ ଧରାକୋଟ ବନାଞ୍ଚଳର ରାଶିବାଡି ଗାଁରେ ଏଭଳି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗ୍ରାମ ନିକଟରେ ହାତୀକୁ ଦେଖି ଲୋକେ ଭୟଭୀତ ହେବା ସହ କଷ୍ଟ ଉପାର୍ଜିତ ଫସଲକୁ ଖିନଭିନ୍ ହେଉଥିବା ଦେଖି ହତାଶ ହୋଇଛନ୍ତି ଚାଷୀ ।

ଫସଲ କ୍ଷେତରେ ପଶିଲେ ହାତୀ, ଘଟାଇଲେ ବ୍ୟାପକ କ୍ଷତି

ମଙ୍ଗଳବାର ବିଳମ୍ବିତ ରାତିରେ ରାଶିବାଡି ଗାଁ ନିକଟକୁ ହାତୀପଲ ମାଡି ଆସିଥିଲେ । ଗ୍ରାମ ଠାରୁ ଦୂରରେ ଚାଷ ଜମି ଜଗିବା ଲାଗି ରହିଥିବା ଏକ ଘରକୁ ହାତୀପଲ ଭାଙ୍ଗିବା ସହ ଚାଉଳ ଓ ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ କରିଥିଲେ । ସେହିପରି ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।

ଗ୍ରାମ ନିକଟ ଜଙ୍ଗଲରେ କିଛି ଦିନ ହେବ ହାତୀପଲ ଚଳପ୍ରଚଳ କରୁଥିବାବେଳେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହାତୀ ଉପଦ୍ରବରେ ଆତଙ୍କିତ ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି ।

ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details