ଓଡିଶା

odisha

ETV Bharat / state

Elephant Death In Ganjam: ଦନ୍ତା ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

ପୁଣି ଆଉ ଏକ ଦନ୍ତା ହାତୀର ମୃତଦେହ ଠାବ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମାଣପୁର ଗ୍ରାମ ନିକଟ ଚାଷ ଜମିରେ ଏକ ଦନ୍ତା ହାତୀର ମୃତଦେହ ଠାବ । ଅଧିକ ପଢନ୍ତୁ

elephant death
elephant death

By

Published : Jan 20, 2023, 7:29 AM IST

elephant death

ଭଞ୍ଜନଗର: ଅସୁରକ୍ଷିତ ଗଜରାଜ । ରାଜ୍ୟରେ କ୍ରମାଗତ ବଢିବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା। ତେବେ ପୁଣି ଆଉ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂଙ୍ଗ ବନାଞ୍ଚଳ ମାଣପୁର ଗ୍ରାମ ନିକଟ ଚାଷ ଜମିରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ହେଲେ ଦନ୍ତା ହାତୀଟି କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।

ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ହାତୀର ସୁରକ୍ଷା ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଗାଁ ଗାଁରେ ବନସୁରକ୍ଷା ସମିତି ଗଠନ କରାଯାଇଛି ତଥାପି ବନ୍ୟଜନ୍ତୁଙ୍କ ମୃତ୍ୟୁ ହାର କମିବାର ନା ଧରୁନି l ବନ ବିଭାଗର ସଚେତନତାର ଅଭାବ ଯୋଗୁଁ ଆଜି ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି ବୋଲି ସମାଜସେବୀ କହିଛନ୍ତି l

ସେହିପରି ହାତୀ ମୃତ୍ୟୁ ମାମଲାକୁ ଅତିଗୁରୁତ୍ବ ସହକାରେ ନେଇଛନ୍ତି ହାଇକୋର୍ଟ । ହାତୀ ମୃତ୍ୟୁ ମାମଲାରେ ହୋଇଥିବା ଶୁଣାଣି ନେଇ CCF ମନୋଜ ନାୟାରଙ୍କ ପକ୍ଷରୁ ପୂର୍ବରୁ ସତ୍ୟପାଠ ଦାଖଲ କରାଯାଇଛି । 14ଟି ହାତୀ କରିଡର ଚିହ୍ନଟ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ତେବେ ଜନ ସୁରକ୍ଷା ଗଜରକ୍ଷା ଯୋଜନା ଅଧୀନରେ 1177ଟି ଗ୍ରାମ ପାଇଁ 5457 ଗଜସାଥି ରହିଛନ୍ତି । ଲୋକ ଓ ହାତୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଏହି ଯୋଜନା ଲାଗୁ କରାଯାଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ଏହାବ୍ୟତୀତ ବିଦ୍ୟୁତ୍ ଜନିତ ମୃତ୍ୟୁ ରୋକିବା ପାଇଁ 2354 କିମି ଅଞ୍ଚଳରେ ସୁରକ୍ଷା କେବୁଲ୍ ଲଗାଯାଇଛି । ଏହାଛଡା 19ଟି ଡିଭିଜନର 32ଟି ରେଞ୍ଜରେ ସର୍ବାଧିକ ହାତୀ ମଣିଷ ଲଢେଇ ହେଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ତେବେ ବର୍ତ୍ତମାନ ଯାଏଁ 34ଟି ଜଳାଶୟ ସୃଷ୍ଟି କରାଯାଇଥିବା ବେଳେ 26ଟିର ପୁନରୁଦ୍ଧାର କରାଯାଇଛି । ଏହାସହ 41ଟି ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ 1 ଲକ୍ଷ ବାଉଁଶ ଚାରାରୋପଣ କରାଯାଇଛି ବୋଲି ସତ୍ୟପାଠ ଉଲ୍ଲେଖ କରିଛନ୍ତି CCF ।

ତେବେ ସୂଚନା ମୁତାବକ, ଅଗଷ୍ଟ ୬ ରେ ପିସିସିଏଫଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗଲା ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତ୍ତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା । ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା । ଗତ ଜୁଲାଇ ୨୫ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ । ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜିକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ । ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ ।

ଇଟିଭି ଭାରତ, ଭଞ୍ଜନଗର

ABOUT THE AUTHOR

...view details