ଓଡିଶା

odisha

ETV Bharat / state

Diwali 2023: ବ୍ରହ୍ମପୁରରେ ମିଶନ ଶକ୍ତି ଓ ଟେରାକୋଟା ଦୀପ ଷ୍ଟଲ, ଜମୁଛି ଗ୍ରାହକଙ୍କ ଭିଡ - ବିଭିନ୍ନ ଡିଜାଇନର ଦୀପ

ଦୀପାବଳିରେ ପ୍ରଦୂଷଣ ରୋକିବା ପାଇଁ ଏଥର ସବୁଜ ଦୀପାବଳି ପାଳନ କରାଯିବ । ବ୍ରହ୍ମପୁରରେ ମିଶନ ଶକ୍ତି ଏବଂ ଟେରାକୋଟାର ଭଳିକି ଭଳି ଦୀପ ଷ୍ଟଲ ଖୋଲାଯାଇଥିବାବେଳେ ଗ୍ରାହକଙ୍କ ଭିଡ଼ ଜମୁଛି । ଅଧିକ ପଢନ୍ତୁ

eco friendly and terracotta diya stall
ବ୍ରହ୍ମପୁରରେ ଟେରାକୋଟା ଦୀପଷ୍ଟଲ

By ETV Bharat Odisha Team

Published : Nov 10, 2023, 7:32 PM IST

ବ୍ରହ୍ମପୁରରେ ଟେରାକୋଟା ଦୀପଷ୍ଟଲ

ବ୍ରହ୍ମପୁର:ଆଲୋକର ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ସବୁଠି ଉତ୍ସାହର ମାହୋଲ । ଦୀପାବଳିରେ ପ୍ରଦୂଷଣ ରୋକିବା ପାଇଁ ଭଳିକି ଭଳି କାର୍ଯ୍ୟକ୍ରମ ସହିତ ସବୁଜ ଦୀପାବଳି କରିବା ଆହ୍ୱାନ ଦିଆଯାଉଛି । ଏଥିପାଇଁ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ଚଳିତବର୍ଷ ଦୀପାବଳି ପୂର୍ବରୁ ସହରରେ ଖୋଲାଯାଇଛି ମିଶନ ଶକ୍ତି ଏବଂ ଟେରାକୋଟାର ଭଳିକି ଭଳି ଦୀପ ଷ୍ଟଲ । ଯାହାକୁ କିଣିବା ପାଇଁ ଲୋକଙ୍କ ଆଗ୍ରହ ବଢୁଛି ।

ଦୀପାବଳିରେ ପ୍ରଦୂଷଣ ରୋକିବା ପାଇଁ ଚଳିତ ବର୍ଷ ବାଣ ଫୁଟାଇବା ଉପରେ ଦେଶର ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ କଟକଣା ଜାରି କରାଯାଇଛି । ଏହାକୁ ନେଇ ସବୁଠି ସବୁଜ ଦୀପାବଳି ପାଳନ କରିବାକୁ ପ୍ରଚେଷ୍ଟା ଚାଲିଛି । ତେଣୁ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଖୋଲାଯାଇଛି ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଟି ଦୀପର ଷ୍ଟଲ । ଯେଉଁଠି ଭଳିକି ଭଳି ସୁନ୍ଦର ସୁନ୍ଦର ମାଟି ଦୀପ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳର ମହିଳା । ଜରଡା ଗଡର ଚନ୍ଦ୍ର ଶେଖର ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା କହିଛନ୍ତି, "ଏହି ଷ୍ଟଲରେ ୨ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ମାଟି ଦୀପ ଠାରୁ ଆରମ୍ଭ କରି କୁଞ୍ଜ ଦୀପ, କଳସ ଦୀପ, ମା’ ଦୀପ, ଝୁଣା ଦୀପ ଭଳି ଭଳିକି ଭଳି ଦୀପ ରହିଛି।"

ଏହା ବି ପଢନ୍ତୁ...ଦୀପାବଳିରେ ଅନେକ ଆଶା, ଫ୍ୟାନ୍ସି ଦୀପ ବଜାରରେ ମାଟି ଦୀପ ବିକିବାକୁ ସଂଘର୍ଷ କରୁଛି କୁମ୍ଭକାର

ରାମଲିଙ୍ଗେଶ୍ୱର ପାର୍କ ପାର୍ଶ୍ବରେ ଗଞ୍ଜାମ ଜିଲ୍ଲାର ORMAS ପକ୍ଷରୁ ଖୋଲାଯାଇଥିବା ଏହି ଦୀପ ଷ୍ଟଲ ବର୍ତ୍ତମାନର ଆଧୁନିକ ଯୁଗରେ ଯୁବ ସମାଜ ଏବଂ ମହିଳାଙ୍କ ପାଇଁ ଭଳିକି ଭଳି ଡିଜାଇନର ଦୀପ ମିଳୁଥିବାବେଳେ ଲୋକଙ୍କ ମନରେ ଏହି ଦୀପ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ଦେଖାଯାଇଛି । ଏନେଇ ଟେରାକୋଟା ବ୍ୟବସାୟୀ କହିଛନ୍ତି, "ଚଳିତ ବର୍ଷ ଭଲ ବ୍ୟବସାୟ ହେଉଛି । ଟେରାକୋଟା ସାମଗ୍ରୀର ଚାହିଦା ମଧ୍ୟ ବଢିଛି ।" ଏହାର ଦର ମଧ୍ୟ କମ୍ ରହିଥିବାରୁ ଏହି ମାଟି ଦୀପ କିଣିବାକୁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି ସହରବାସୀ । ଦିନ ଦୁଇଟା ପରେ ଆଲୋକ ପର୍ବ ଦୀପାବଳି ପାଳନ କରିବ ସାରା ଦେଶ । ଆଉ ଏହାକୁ ନେଇ ସ୍ୱତନ୍ତ୍ର ଟେରାକୋଟାର ମାଟିଦୀପ ଚାହିଦା ବେଶ ଜମୁଥିବା ବେଳେ ଚଳିତବର୍ଷ ସବୁଜ ଦୀପାବଳିକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details