ଗଞ୍ଜାମ: ଭଞ୍ଜନଗର ପୋଲିସ ପେଟ୍ରୋଲିଂ ବେଳେ ଚାଳିଶ କେଜି ଗଞ୍ଜେଇ ଜବତ ହେବା ସହ ଦୁଇଟି କାର ଜବତ ହୋଇଛି । ଏହାସହ ପାଞ୍ଚ ଜଣେ ଗିରଫ ହୋଇଛନ୍ତି ।
ପେଟ୍ରୋଲିଂ ବେଳେ ପୋଲିସ ଜବତ କଲା 40 କେଜି ଗଞ୍ଜେଇ - ଗଞ୍ଜାମ ଭଞ୍ଜନଗରରେ ପେଟ୍ରୋଲିଂ
ଗଞ୍ଜାମ ଭଞ୍ଜନଗରରେ ପେଟ୍ରୋଲିଂ ସମୟରେ ପୋଲିସ ଜବତ କଲା 40 କେଜି ଗଞ୍ଜେଇ । ଦୁଇ ଗାଡ଼ି ଜବତ 5 ଜଣ ଗିରଫ । ଅଧିକ ପଢ଼ନ୍ତୁ...

ପେଟ୍ରୋଲିଂ ବେଳେ ପୋଲିସ ଜବତ କଲା 40 କେଜି ଗଞ୍ଜେଇ
ପ୍ରତ୍ୟେକ ବର୍ଷ ଏହି ସମୟରେ ଗଞ୍ଜେଇ ବେପାରୀଙ୍କର ଚୋରା ଚାଲାଣ ଚାଲିଥାଏ । ତେବେ ମଙ୍ଗଳବାର କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସହରର ବାଇପାସ ଛକଠାରେ ବ୍ଳକିଙ୍ଗ କରି ଯାଞ୍ଚ କରୁଥିବାବେଳେ ଦୁଇଟି ଗାଡ଼ିରେ ପ୍ରାୟ ଚାଳିଶ କେଜି ଗଞ୍ଜେଇ ଜବତ କରିଥିଲା । ଗାଡ଼ିରେ ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ବର ଚାଲାଣ ହେଉଥିବା ସୂଚନା ରହିଛି । ପୋଲିସ ଦୁଇଟି ଗାଡିକୁ ଜବତ କରିବା ସହିତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ