ବ୍ରହ୍ମପୁର:ଲଗାଣ ବର୍ଷାରେ ଭାଙ୍ଗିଲା କୋଠା । ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ସହରରେ ଏକ ଶହେ ବର୍ଷର ପୁରାତନ ଐତିହାସିକ କୋଠା ଭାଙ୍ଗି ଯାଇଥିବା ଜଣାପଡିଛି । ତେବେ ଗତକାଲି ରାତିରେ ବ୍ରହ୍ମପୁରରେ ଲଗାଣ ବର୍ଷା କାରଣରୁ ସହରରେ ରହିଥିବା ଆନ୍ଧ୍ର ମହିଳା ସମାଜମର ପ୍ରାୟ ଶହେ ବର୍ଷର ଏହି ପୁରାତନ କୋଠାଟି ଭାଙ୍ଗି ଯାଇଛି ।
ଲଗାଣ ବର୍ଷାରେ ଭାଙ୍ଗିଲା ଶହେ ବର୍ଷର ପୁରୁଣା କୋଠା
ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ସହରରେ ଏକ ଶହେ ବର୍ଷର ପୁରାତନ ଐତିହାସିକ କୋଠା ଭାଙ୍ଗି ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
ଲଗାଣ ବର୍ଷାରେ ଭାଙ୍ଗିଲା ଶହେ ବର୍ଷର ପୁରୁଣା କୋଠା
ତେବେ କୋଠାଟି ଗତକାଲି ରାତି କିମ୍ବା ଆଜି ଭୋର ସମୟରେ ଏହା ଭାଙ୍ଗି ଯାଇଥିବା ବେଳେ ଛାତ ମଧ୍ୟ ଭୁଶୁଡି ପଡିଛି । ତେବେ ଏହି ଘଟଣାରେ କେହି ମୃତ ବା ଆହତ ହୋଇନଥିବା ଜଣାପଡିଛି । କୋଠାର ଗୋଟିଏ ପାର୍ଶ୍ଵରେ ଏଭଳି ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ