ଗଞ୍ଜାମ: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣେ ମୃତ ଓ ଦୁଇ ଗୁରୁତର। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅଧିନସ୍ଥ ବଦାଙ୍ଗି ଗ୍ରାମରେ। ଶୁକ୍ରବାର ରାତିରେ ଏହି ଗ୍ରାମରେ ରହୁଥିବା ସୁବାସ ଗୌଡଙ୍କ ପରିବାର ଲୋକେ ଖାଇ ସାରି ଶୋଇବା ପରେ ସମସ୍ତଙ୍କ ପେଟ ବ୍ୟଥା ହୋଇଥିଲା। ପରେ ବାନ୍ତି ମଧ୍ୟ ହୋଇଥିଲା।
ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣେ ମୃତ, 2 ଗୁରୁତର
ଗଞ୍ଜାମ ଭଞ୍ଜନଗର ବ୍ଲକ ବଦାଙ୍ଗି ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି। ଅଧିକ ପଢନ୍ତୁ...
ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣେ ମୃତ, 2 ଗୁରୁତର
ଏହା ପରେ ସେମାନେ ଗୁଣିଆ ପାଖକୁ ଯାଇ ଝଡାଫୁଙ୍କା କରିଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ଶନିବାର ସକାଳେ ଭଞ୍ଜନଗର ମେଡିକାଲକୁ ଆସିବା ବାଟରେ ସାନ ଝିଅ ନିମାର ମୃତ୍ୟୁ ହୋଇଥିଲା। ପରିବାରର ଅନ୍ୟ ତିନି ଜଣ ସଦସ୍ୟ ସୁବାସ ଗୌଡ, ଲକ୍ଷ୍ମୀ ଗୌଡ ଓ ମାମା ଗୌଡ ଗୁରୁତର ଅଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଛି।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ