ଓଡିଶା

odisha

ETV Bharat / state

କଂସାରୀ ଗଣ୍ଡରୁ ଗଞ୍ଜାମର ୩ଟି ବ୍ଲକକୁ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ - ଗଞ୍ଜାମ ପାନୀୟ ଜଳ ପ୍ରକଳ୍ପ

କଂସାରୀ ଗଣ୍ଡରୁ ଗଞ୍ଜାମ ଜିଲ୍ଲାର ତିନୋଟି ବ୍ଲକକୁ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ । ଖର୍ଚ୍ଚ ହେବ ୨୫୦ କୋଟି । ଅଧିକ ପଢନ୍ତୁ

କଂସାରୀ ଗଣ୍ଡରୁ ଗଞ୍ଜାମର ୩ ଟି ବ୍ଲକକୁ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ
କଂସାରୀ ଗଣ୍ଡରୁ ଗଞ୍ଜାମର ୩ ଟି ବ୍ଲକକୁ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ

By

Published : Jan 6, 2022, 6:55 AM IST

ବ୍ରହ୍ମପୁର: କଂସାରୀ ଗଣ୍ଡରୁ ଗଞ୍ଜାମ ଜିଲ୍ଲାର ତିନୋଟି ବ୍ଲକକୁ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

କଂସାରୀ ଗଣ୍ଡରୁ ଗଞ୍ଜାମର ୩ ଟି ବ୍ଲକକୁ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ ପରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତ ନିକଟରେ ରହିଥିବା କଂସାରୀ ଗଣ୍ଡ ନିକଟରେ ଏହାର କାର୍ଯ୍ୟାରମ୍ଭ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ଦୁଇ ବର୍ଷ ମଧ୍ୟରେ ଶେଷ ହେବା ସହିତ ଜିଲ୍ଲାର ତିନୋଟି ବ୍ଲକ ଗଞ୍ଜାମ, ଛତ୍ରପୁର ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ସମସ୍ତ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ହେବ ।

ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏବଂ ବିଭାଗୀୟ ଅଧିକାରୀଙ୍କ ସମେତ ଛତ୍ରପୁର ବ୍ଲକ ଅଧ୍ୟକ୍ଷ, ନିର୍ବାଚିତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ହୋଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details