ଓଡିଶା

odisha

By

Published : Apr 2, 2023, 10:27 PM IST

ETV Bharat / state

MKCGରେ ପ୍ରଥମ, ଅସ୍ତ୍ରୋପଚାର କରି ମଳଦ୍ବାରରୁ ଲୁହା ଶାବଳ ବାହାର କଲେ ଡାକ୍ତରୀ ଟିମ୍

ନାବାଳକଙ୍କ ମଳଦ୍ବାରରେ ପଶି ରହିଥିଲା ଲୁହା ଶାବଳ । ପ୍ରାୟ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅସ୍ତ୍ରୋପଚାର ପରେ ଏହି ଶାବଳକୁ ସୁରକ୍ଷିତ ଭାବେ ବାହାର କରିବାରେ ସକ୍ଷମ ହୋଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲର ଡାକ୍ତରୀ ଟିମ୍ । ଅଧିକ ପଢ଼ନ୍ତୁ

ଅସ୍ତ୍ରୋପଚାର କରି ମଳଦ୍ବାରରୁ ଲୁହା ଶାବଳ ବାହାର କଲେ ଡାକ୍ତରୀ ଟିମ୍
ଅସ୍ତ୍ରୋପଚାର କରି ମଳଦ୍ବାରରୁ ଲୁହା ଶାବଳ ବାହାର କଲେ ଡାକ୍ତରୀ ଟିମ୍

ଅସ୍ତ୍ରୋପଚାର କରି ମଳଦ୍ବାରରୁ ଲୁହା ଶାବଳ ବାହାର କଲେ ଡାକ୍ତରୀ ଟିମ୍

ବ୍ରହ୍ମପୁର: ଜଣେ ୧୭ ବର୍ଷୀୟ ନାବାଳକର ମଳଦ୍ୱାରରେ ପଶି ରହିଥିବା ଲୁହା ଶାବଳକୁ ଅସ୍ତ୍ରୋପଚାର କରି ସୁରକ୍ଷିତ ଭାବରେ ଶରୀରରୁ ବାହାର କରିବାରେ ସକ୍ଷମ ହୋଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲର ଡାକ୍ତରୀ ଟିମ୍ । ପ୍ରାୟ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅସ୍ତ୍ରୋପଚାର ପରେ ଏହି ଶାବଳକୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଏବେ ନାବାଳକ ଜଣକ ସୁରକ୍ଷିତ ରହିଥିବା ବେଳେ ଆଗାମୀ ଦିନରେ ଶରୀର ମଧ୍ୟରେ ରହିଥିବା କ୍ଷତକୁ ଚିକିତ୍ସା କରାଯିବ ବୋଲି କୁହାଯାଇଛି ।

ଅସ୍ତ୍ରୋପଚାର କରି ମଳଦ୍ବାରରୁ ଲୁହା ଶାବଳ ବାହାର କଲେ ଏମକେସିଜି ଡାକ୍ତରୀ ଟିମ୍

ସୂଚନା ଅନୁସାରେ ଶନିବାର କନ୍ଧମାଳ ଜିଲ୍ଲାର କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣନଗର ଅଞ୍ଚଳର ୧୭ ବର୍ଷୀୟ ନାବାଳକ ନିଜ ଘରର ଆଜବେଷ୍ଟ ସଜାଡୁଥିବା ବେଳେ ହଠାତ୍ ତାହା ଭାଙ୍ଗିଯିବା ଯୋଗୁଁ ସେଠାରେ ତଳେ ରହିଥିବା ଏକ ବଡ ଲୁହାର ଶାବଳ ନାବାଳକର ମଳଦ୍ୱାର ଦେଇ ଶରୀରର ପେଟ ମଧ୍ୟକୁ ପଶି ଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳକକୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେଠାରୁ ବ୍ରହ୍ମପର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଯାହାକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପରେ ସର୍ଜରୀ ବିଭାଗର ଡାକ୍ତର ଇନ୍ଦୁମତି ଗୋପାଳ ଏବଂ ତାଙ୍କ ଟିମ୍ ଶିଶୁଟିର ଅବସ୍ଥା ଦେଖିବା ପରେ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ଯୋଜନା କରିଥିଲେ । ଏହାକୁ ନେଇ ମେଡିକାଲରେ ଶନିବାର ରାତି ସମୟରେ ପ୍ରାୟ ୮ଟା ବେଳେ ଡାକ୍ତରୀ ଟିମ୍ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ପ୍ରାୟ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରାତି ପ୍ରାୟ ୧୨.୩୦ ମିନିଟ୍ ପର୍ଯ୍ୟନ୍ତ ମେଡିକାଲର ସର୍ଜରୀ ଏବଂ ନିଶାତକ ବିଭାଗର ଡାକ୍ତରୀ ଟିମର ଉଦ୍ୟମ ପରେ ନାବାଳକର ଶରୀର ମଧ୍ୟରୁ ପ୍ରାୟ ୩ରୁ ୪ ଫୁଟ ଲମ୍ୱର ଲୁହାର ଶାବଳକୁ ବାହାର କରିବାରେ ସକ୍ଷମ ହୋଇଥିଲେ ।

ତେବେ ଗତକାଲି ବର୍ଷା ଯୋଗୁଁ ବିଦ୍ୟୁତ ସେବା ବ୍ୟାହତ ରହିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ବିଦ୍ୟୁତ ସେବା ଯୋଗାଇବା ପାଇଁ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରି ତୁରନ୍ତ ଏହାର ବ୍ୟବସ୍ଥା କରାଇଥିଲେ । ପରେ ଆରମ୍ଭ ହୋଇଥିଲା ଅସ୍ତ୍ରୋପଚାର । ଶରୀରରେ ଏପରି ଲୁହାର ଶାବଳ ପଶିଯାଇଥିବା ଯୋଗୁଁ ଶରୀର ମଧ୍ୟରେ ଅନେକ ସ୍ଥାନରେ ଆଘାତ ହୋଇଥିବା ବେଳେ ତାହାକୁ ବର୍ତ୍ତମାନ ଚିକିତ୍ସା କରାଯାଇ ବିଭିନ୍ନ ସ୍ଥାନରୁ ହେଉଥିବା ରକ୍ତସ୍ରାବକୁ ବନ୍ଦ କରାଯାଇଥିବା କୁହାଯାଇଛି । ଗତକାଲିର ଅସ୍ତ୍ରୋପଚାର ଶେଷ ପରେ ନାବାଳକକୁ ଅବଜରବେସନ୍ ଡାକ୍ତରୀ ଟିମ୍ ରଖିଥିବା ବେଳେ ଆଗାମୀ ଦିନରେ ଶରୀର ମଧ୍ୟରେ ରହିଥିବା କ୍ଷତକୁ ଚିକିତ୍ସା କରାଯିବ ବୋଲି କୁହାଯାଇଛି । ଏହିପରି ଶରୀର ମଧ୍ୟରୁ ଅସ୍ତ୍ରୋପଚାର କରି ଲୁହାର ଏକ ବଡ ଶାବଳ ବାହାର କରିବା ଏମକେସିଜିର ଡାକ୍ତରୀ ଟିମ୍ ପାଇଁ ପ୍ରଥମ ଘଟଣା । ଏହି ଶାବଳକୁ କିପରି ବାହାର କରାଯିବ ସେନେଇ ମେଡିକାଲର ନୂତନ ଅଧିକ୍ଷକ ପ୍ରଫେସର ସୁଚିତ୍ରା ମିଶ୍ର ଏବଂ ମେଡିକାଲର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମେଡିକାଲର ପିଜି ଡାକ୍ତରଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ସହଯୋଗ ରହିଥିଲା ।

ସେପଟେ ଏହି ଅସ୍ତ୍ରପ୍ରଚାର ସମୟରେ ଏମକେସିଜି ମେଡିକାଲର ସର୍ଜରୀ ବିଭାଗର ବରିଷ୍ଠ ଚିକିତ୍ସକ ତଥା ସହକାରୀ ପ୍ରଫେସର ଡାକ୍ତର ଇନ୍ଦୁମତି ଗୋପାଳଙ୍କ ସମେତ ଡାକ୍ତର ସୌମ୍ୟରଞ୍ଜନ ଜେନା, ଡାକ୍ତର ଯସ୍ମିନ୍ କୁମାର ପାଣିଗ୍ରାହୀ, ଡାକ୍ତର ବିଭୂ ପ୍ରସାଦ ମହାପାତ୍ର ଓ ଡାକ୍ତର ଆଲୋକ ଦାଶ ଉପସ୍ଥିତ ରହିଥିଲେ । ନିଶାତକ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଏସ୍ ସଞ୍ଜିବ ପାତ୍ର, ଡାକ୍ତର ମାନସ କୁମାର ନାୟକ, ଡାକ୍ତର ଶୁଭଶ୍ରୀ ରଥ, ଡାକ୍ତର ସୁଜତା ଦାଶ ଓ ଡାକ୍ତର ଗୌତମ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ABOUT THE AUTHOR

...view details