ଓଡିଶା

odisha

ETV Bharat / state

ବ୍ରହ୍ମପୁରର ବିଭିନ୍ନ କୋଭିଡ ହସପିଟାଲ ଅନୁଧ୍ୟାନ କଲେ ଅଗ୍ନିଶମ ମହାନିର୍ଦ୍ଦେଶକ - Fire review various hospital in bramhapur

ରାଜ୍ୟ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଏମ୍. ଅକ୍ଷୟଙ୍କ ସମେତ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ମାନେ ବ୍ରହ୍ମପୁରର ବିଭିନ୍ନ କୋଭିଡ ହସ୍ପିଟାଲ ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

ବ୍ରହ୍ମପୁରର ବିଭିନ୍ନ କୋଭିଡ ହସପିଟାଲ ଅନୁଧ୍ୟାନ କଲେ ଅଗ୍ନିଶମ ମହାନିର୍ଦ୍ଧେଶକ
ବ୍ରହ୍ମପୁରର ବିଭିନ୍ନ କୋଭିଡ ହସପିଟାଲ ଅନୁଧ୍ୟାନ କଲେ ଅଗ୍ନିଶମ ମହାନିର୍ଦ୍ଧେଶକ

By

Published : May 16, 2021, 10:26 PM IST

ବ୍ରହ୍ମପୁର: ରାଜ୍ୟ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଏମ୍. ଅକ୍ଷୟଙ୍କ ସମେତ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ମାନେ ବ୍ରହ୍ମପୁରର ବିଭିନ୍ନ କୋଭିଡ ହସ୍ପିଟାଲ ଗ୍ରସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିକଟ ଅତୀତରେ ବିଭିନ୍ନ କୋଭିଡି ହସ୍ପିଟାଲରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଓଡିଶାରେ କାର୍ଯ୍ୟ କରୁଥିବା ୬୨ ଗୋଟି ଉତ୍ସର୍ଗିକୃତ କୋଭିଡି ହସ୍ପିଟାଲ ଗୁଡିକରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ ମହାନିର୍ଦ୍ଦେଶକ ଅଗ୍ନିଶମ ସେନାଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ୬୨ ଗୋଟି କୋଭିଡ ହସ୍ପିଟାଲରେ ୩୮୪ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ୨୪ ଘଣ୍ଟା କାର୍ଯ୍ୟରେ ମୁତୟନ କରାଯାଇଛି ।

ବ୍ରହ୍ମପୁରର ବିଭିନ୍ନ କୋଭିଡ ହସପିଟାଲ ଅନୁଧ୍ୟାନ କଲେ ଅଗ୍ନିଶମ ମହାନିର୍ଦ୍ଧେଶକ

ଏଥିସହିତ ଅଧିକ କୋଭିଡ ସଂକ୍ରମିତ ରୋଗୀ ରହିଥିବା ବଡ ହସ୍ପିଟାଲ ମାନଙ୍କରେ ଫାୟାର ଟେଣ୍ଡର ମଧ୍ୟ ମୁତୟନ କରାଯାଇଅଛି । ରବିବାର ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ ଏବଂ ଅନ୍ୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ମାନଙ୍କ ସହ ବ୍ରହ୍ମପୁର ମହାନଗରରେ କୋଭିଡ୍ ସଂକ୍ରମିତଙ୍କ ପାଇଁ କାର୍ଯ୍ୟ କରୁଥିବା ୬ ଗୋଟି କୋଭିଡ୍ କେୟାର ହସ୍ପିଟାଲ ଯଥା- ଏମକେସିଜି କୋଭିଡ ମେଡିକାଲ କଲେଜ-୧, ଏମକେସିଜି କୋଭିଡ ମେଡିକାଲ କଲେଜ-୨, ଡେଡିକେଟେଡ କୋଭିଡ ହସ୍ପିଟାଲ୍ ଏମକେସିଜି ମେଡିକାଲ କଲେଜ, ଅଶ୍ବିନୀ କୋଭିତ ହସ୍ପିଟାଲ୍, ଶିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ହସ୍ପିଟାଲ୍, ସିଟି କୋଭିଡ ହସ୍ପିଟାଲ୍ ଓ ମିନାକ୍ଷୀ ନଗର ସ୍ଥିତ କୋଭିଡ କେୟାର ହସ୍ପିଟାଲ୍ ଠାରେ ଥିବା କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ ।

ବ୍ରହ୍ମପୁରର ବିଭିନ୍ନ କୋଭିଡ ହସପିଟାଲ ଅନୁଧ୍ୟାନ କଲେ ଅଗ୍ନିଶମ ମହାନିର୍ଦ୍ଧେଶକ

ଏହି ଅବସରରେ ମୁତୟନ ରହିଥିବା କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀ ମାନଙ୍କ ସହିତ ଉକ୍ତ ହସ୍ପିଟାଲ ମାନଙ୍କରେ ଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଥିବା ଅଗ୍ନି ନିରାପତ୍ତା ପଦକ୍ଷେପ ଓ ପ୍ରସ୍ତୁତି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସମସ୍ତ କର୍ମଚାରୀଙ୍କୁ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସଚେତନ କରାଇଥିଲେ ।

ଏତତ୍ ଭିନ୍ନ ମହାନିର୍ଦ୍ଦେଶକ ଅଗ୍ନିଶମ ସେବା ଉପରୋକ୍ତ କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ କେୟାର କେନ୍ଦ୍ର ଗୁଡିକରେ ନିୟମିତ ବ୍ୟବଧାନରେ ପ୍ରତିଦିନ ମକ୍ ଡ୍ରିଲ କରାଯାଇ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀ ମାନଙ୍କୁ ତାଲିମ ଦେବା ସହ ଅଗ୍ନି ଦୁର୍ଘଟଣା ବାବଦରେ ସଚେତନତା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details