ଓଡିଶା

odisha

ETV Bharat / state

ସ୍ମାର୍ଟ ହେଉଛି ଅଙ୍ଗନୱାଡି, ସ୍ମାର୍ଟ ଟିଭି ଦେଖି ପାଠ ପଢୁଛନ୍ତି ଶିଶୁ - ଚମକିବ ସରକାରୀ ସ୍କୁଲ

ଘରୋଇ ସ୍କୁଲ ପରି ଏବେ ଚମକିବ ସରକାରୀ ସ୍କୁଲ । ସ୍ମାର୍ଟ କ୍ଲାସ ମାଧ୍ୟମରେ ପାଠ ପଢିବେ ପିଲା। କିନ୍ତୁ ଏବେ ସ୍କୁଲ ଭଳି ଡିଜିଟାଲ ହୋଇଛି ଅଙ୍ଗନୱାଡି । ଯେଉଁଠି ଏଲଇଡି ଠାରୁ ଆରମ୍ଭ କରି ରହିଛି ସମସ୍ତ ବ୍ୟବସ୍ଥା । ଅଧିକ ପଢନ୍ତୁ...

ବିଦ୍ୟାଳୟ ଭଳି ଡିଜିଟାଲ ହୋଇଛି ଅଙ୍ଗନୱାଡି; ଏଲ୍ଇଡି ଦେଖି ନାଚି, ପାଠ ପଢୁଛନ୍ତି ଶିଶୁ
ବିଦ୍ୟାଳୟ ଭଳି ଡିଜିଟାଲ ହୋଇଛି ଅଙ୍ଗନୱାଡି; ଏଲ୍ଇଡି ଦେଖି ନାଚି, ପାଠ ପଢୁଛନ୍ତି ଶିଶୁ

By

Published : Aug 31, 2021, 2:30 PM IST

Updated : Aug 31, 2021, 3:26 PM IST

ବ୍ରହ୍ମପୁର: ଘରୋଇ ସ୍କୁଲ ପରି ଏବେ ଚମକିବ ସରକାରୀ ସ୍କୁଲ । ସ୍ମାର୍ଟ କ୍ଲାସ ମାଧ୍ୟମରେ ପାଠ ପଢିବେ ପିଲା। ଇ-ଲାଇବ୍ରେରୀ ଠାରୁ ଆରମ୍ଭ କରି ହାଇଜେନିକ୍ ଟଏଲେଟ ସାଙ୍ଗକୁ ରହିବ ଆକର୍ଷଣୀୟ ଖେଳ ପଡିଆ । ତେବେ ଆଧୁନିକ ଜ୍ଞାନ କୌଶଳର ଭରପୁର ଉପଯୋଗ କରିବା ପାଇଁ ଏବେ ସବୁଠି ଚାଲିଛି ପ୍ରୟାସ । କିନ୍ତୁ ଏବେ ସ୍କୁଲ ଭଳି ଡିଜିଟାଲ ହୋଇଛି ଅଙ୍ଗନୱାଡି । ଯେଉଁଠି ଏଲଇଡି ଠାରୁ ଆରମ୍ଭ କରି ରହିଛି ସମସ୍ତ ବ୍ୟବସ୍ଥା । ଆମେ କହୁଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ପଞ୍ଚାୟତରେ ସରକାରୀ ଅନୁଦାନରେ ନିର୍ମାଣ ହୋଇଥିବା ନୂତନ ଡିଜିଟାଲ ଅଙ୍ଗନୱାଡି କେନ୍ଦ୍ର କଥା।

ସ୍ମାର୍ଟ ହେଉଛି ଅଙ୍ଗନୱାଡି, ସ୍ମାର୍ଟ ଟିଭି ଦେଖି ପାଠ ପଢୁଛନ୍ତି ଶିଶୁ

ଏଲ୍ଇଡିକୁ ଦେଖି ଏକ ଲୟରେ ନାଚି ନାଚି ପାଠ ପଢିବା ପାଇଁ ଆଗ୍ରହ ହେଉଛନ୍ତି ଆଗାମୀ ଭବିଷ୍ୟତର ଏହି ଶିଶୁମାନେ। ଆସ ଆମେ ଖେଳିବା ଗୀତରେ ସମସ୍ତେ ଯେପରି ହୋଇଯାଇଛନ୍ତି ମସଗୁଲ । ଇଏ ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ପଞ୍ଚାୟତରେ ସରକାରୀ ଅନୁଦାନରେ ନିର୍ମାଣ ହୋଇଥିବା ନୂତନ ଡିଜିଟାଲ ଅଙ୍ଗନୱାଡି କେନ୍ଦ୍ର। ଶିଶୁମାନଙ୍କୁ ଅଙ୍ଗନୱାଡି ମୁହାଁ ହେବାପାଇଁ ଏଠାରେ ଲାଗିଛି ଏଲ୍ଇଡି... ଆଉ ହୋଇଛି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା । ସେହିପରି ଶୌଚାଳୟଠାରୁ ଆରମ୍ଭ କରି ବିଦ୍ୟାର୍ଥୀ ମାନଙ୍କ ବସିବା ପାଇଁ ପଡିଛି ଆକର୍ଷଣୀୟ ଚେୟାର ଟେବୁଲ। ସରକାରୀ ସ୍କୁଲରେ ଘରୋଇ ସ୍କୁଲର ମାହୋଲ ସୃଷ୍ଟି କରିବା ଲକ୍ଷ୍ୟରେ ଏବେ ଡିଜିଟାଲ ହୋଇଛି ଅଙ୍ଗନୱାଡି ।

ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏହି ଡିଜିଟାଲ ଅଙ୍ଗନୱାଡି କେନ୍ଦ୍ରରେ କରାଯାଇଛି ସମସ୍ତ ପ୍ରକାର ଅନୁସାଙ୍ଗିକ ବ୍ୟବସ୍ଥା । କେନ୍ଦ୍ରର ପ୍ରବେଶଠାରୁ ଆରମ୍ଭ କରି ସମସ୍ତ ପ୍ରାଚୀରରେ କରାଯାଇଛି ଭଳିକି ଭଳି ସୁନ୍ଦର ଚିତ୍ର। ଶିଶୁ ମାନେ ଯେପରି ଚିତ୍ର ଦେଖି ପାଠକୁ ସହଜରେ ମନ ରଖିପାରିବେ, ତାହାକୁ ନେଇ କେଉଁ ସ୍ଥାନରେ ଗଣିତର ସଂଖ୍ୟା ଗୁଡିକୁ ଆର୍ଟ କରାଯାଇଛି ତ ଆଉ କେଉଁଠି ଅ.. ଆ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପଶୁ ପକ୍ଷୀଙ୍କ ଚିତ୍ର ଅଙ୍କା ଯାଇଛି । ଯାହା ଆକର୍ଷଣୀୟ କରୁଛି କେନ୍ଦ୍ରକୁ। ଏପରିକି ଏହି ଅଙ୍ଗନୱାଡି କେନ୍ଦ୍ର ପାଇଁ ଏହାର ଠିକ୍ ପାର୍ଶ୍ବରେ ହିଁ ନିର୍ମିତ ହୋଇଛି ଶିଶୁ ଉଦ୍ୟାନ। ଯାହା ନିୟମିତ ବିଦ୍ୟାଳୟକୁ ଆସିବାକୁ ଶିଶୁମାନଙ୍କର ଆଗ୍ରହ ବଢାଇଥାଏ ବୋଲି କହିଛନ୍ତି ଗ୍ରାମବାସୀ ।

ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ୫୦ ଗୋଟି ବିଦ୍ୟାଳୟ ଗୁଡିକର ସଂପୂର୍ଣ୍ଣ ରୂପାନ୍ତରିକରଣ କାର୍ଯ୍ୟ କରିଥିବା ବେଳେ ହିଞ୍ଜିଳିକାଟୁ ଶାସନ ଆମ୍ବଗାଁ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ରର ଡିଜିଟାଲ ବ୍ୟବସ୍ଥା ନିଶ୍ଚିତ ରୂପେ ଅନ୍ୟ କେନ୍ଦ୍ର ପାଇଁ ଉଦାହରଣ ପାଲଟିବ କହିଲେ କିଛି ଅତ୍ୟୁକ୍ତି ହେବନାହିଁ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Aug 31, 2021, 3:26 PM IST

ABOUT THE AUTHOR

...view details