ଓଡିଶା

odisha

ETV Bharat / state

ଦିଗପହଣ୍ଡି ବସ୍ ଦୁର୍ଘଟଣା; OSRTC ବସ ଡ୍ରାଇଭର ଗିରଫ, ଗାଡି ଚଳାଇବା ସମୟରେ ଶୋଇ ପଡିଥିଲେ ! - ବସ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ

ଗତ ୨୫ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ OSRTC ବସ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ

OSRTC ବସ ଡ୍ରାଇଭର ଗିରଫ
OSRTC ବସ ଡ୍ରାଇଭର ଗିରଫ

By

Published : Jun 27, 2023, 9:44 PM IST

OSRTC ବସ ଡ୍ରାଇଭର ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ହୋଇଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ପୋଲିସ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗତକାଲି ଉଠାଇ ଆଣିବା ପରେ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ ଆରମ୍ଭ ହୋଇଛି । OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କ ବେପରୁଆ ଗାଡ଼ି ଚାଳନା କିମ୍ବା ଗାଡି ଚଳାଇବା ସମୟରେ ଆଖି ପଡ଼ିଯାଇଥିବା ଯୋଗୁଁ ଏପରି ହୋଇଥିବା କୁହାଯାଉଛି ।

ସେପଟେ ସରକାରୀ ବସ ଡ୍ରାଇଭର ମାନସ ପ୍ରଧାନ ଗିରଫ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେ ନିଜେ ଗାଡ଼ି ଚାଳନା କରୁଥିବା ବେଳେ ଗାଡ଼ିର ବେଗ ମଧ୍ୟ ଅଧିକ ନଥିବା କହିଛନ୍ତି । ଏହା ସହିତ ସରକାରୀ OSRTC ବସରେ ଦୁଇ ଜଣ ଗାଡି ଚାଳକ ରହିଥିଲେ ଏବଂ ସେ ନିଜେ ଗାଡ଼ିଚାଳନା କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବସ ଧକ୍କା ଦେଇଥିଲା ବୋଲି କହିଛନ୍ତି ଗିରଫ ଡ୍ରଇଭର । ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଅଞ୍ଚଳରୁ ସରକାରୀ ବସ୍ ବାହାରିଥିବା ବେଳେ ସେମାନେ ରାସ୍ତାରେ ଗାଡ଼ି ରଖି ରାତ୍ରି ଭୋଜନ କରିଥିଲେ । ଏହାପରେ ରାସ୍ତାରେ ଏପରି ଦୁର୍ଘଟଣା ଘଟିଥିଲା । ଏହାପରେ ସରକାରୀ ବସ ଚାଳକ ଜଣଙ୍କ ପ୍ରଥମେ ଦିଗପହଣ୍ଡିରେ ଚିକିତ୍ସିତ ହୋଇଥିଲେ ଓ ପରେ ସେ ବ୍ରହ୍ମପୁର ପରିବର୍ତ୍ତେ ଭୁବନେଶ୍ବର ଯାଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେବାପରେ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଖଣ୍ଡଦେଉଳିରେ ପହଞ୍ଚିଲା ମୃତଦେହ, ଶୋକାକୁଳ ପରିବେଶରେ ସମ୍ପର୍ଣ୍ଣ ହେଲା ଅନ୍ତିମ ସଂସ୍କାର

ଅନ୍ୟପଟେ ଘଟଣାର ତଦନ୍ତ କରିବାକୁ ସରକାରଙ୍କ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି । ତଦନ୍ତ ରିପୋର୍ଟ କଣ ଆସୁଛି ତାହାରି ଉପରେ ରହିଛି ସମସ୍ତଙ୍କ ନଜର । ଏପରିକି ଏହି ଘଟଣାରେ ମିନି ବସ୍ ଚାଳକ ମଧ୍ୟ ଦୁର୍ଘଟଣାରେ ଆହାତ ହୋଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେ ସୁସ୍ଥ ହେବାପରେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ ଗତ ୨୫ ତାରିଖ ରାତିରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଏହି ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଥିଲା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ଓ ଗୁରୁତର ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details