ଓଡିଶା

odisha

ETV Bharat / state

ଆଜି ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷ ଉପନିର୍ବାଚନ, ପ୍ରଶାସନ ପକ୍ଷରୁ ସୁରକ୍ଷା କଡ଼ାକଡ଼ି

ଆଜି ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷ ଉପନିର୍ବାଚନ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଅଧିକ ପଢନ୍ତୁ

digapahandi block chairman byelection
ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷ ଉପନିର୍ବାଚନ ପ୍ରସ୍ତୁତି ଶେଷ

By ETV Bharat Odisha Team

Published : Oct 3, 2023, 10:57 PM IST

Updated : Oct 4, 2023, 7:02 AM IST

ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷ ଉପନିର୍ବାଚନ ପ୍ରସ୍ତୁତି ଶେଷ

ବ୍ରହ୍ମପୁର:ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷ ଉପନିର୍ବାଚନ ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି । ଆଜି(ଅକ୍ଟୋବର 4 ତାରିଖ) ଏହି ଉପନିର୍ବାଚନ ହେବା ପାଇଁ ରାଜ୍ଯ ନିର୍ବାଚନ କମିଶନରଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । 5 ପ୍ଲାଟୁନ ପୋଲିସ ମୁତୟନ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ବ୍ରହ୍ମପୁର ଏସପି କହିଛନ୍ତି, "ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ପରିଚାଳନା କରିବା ପାଇଁ ପୋଲିସ ପକ୍ଷରୁ ଆଲୋଚନା କରାଯାଇଛି । ଆଉ କେହି ଯଦି ଏହାର ଖିଲାପ କରନ୍ତି ତେବେ ସେମାନଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"


ଗତ ଅଗଷ୍ଟ ମାସର 31 ତାରିଖରେ ନିର୍ବାଚନ ରହିଥିବାବେଳେ ସେହି ନିର୍ବାଚନରେ କେତେକ ସମିତିସଭ୍ୟ ନିଖୋଜ ରହିଥିବା ଦର୍ଶାଯାଇଥିଲା । ତେଣୁ ପ୍ରଶାସନ ପକ୍ଷରୁ ନିର୍ବାଚନକୁ ହଠାତ ବନ୍ଦ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହିତ ରାସ୍ତାରୋକ କରିଥିଲେ ଲୋକେ । ହେଲେ ସେଭଳି ଅଭିଯୋଗ ଆସିଥିବା ସମିତିସଭ୍ଯ/ସଭ୍ଯାମାନେ ସ୍ଥାନୀୟ ଅଞ୍ଚଳରେ ହିଁ ରହୁଥିବାରୁ ପୋଲିସ ସେହି ମାମଲାକୁ ନିଖୋଜ ଭାବରେ ଗ୍ରହଣ କରିନଥିବା କୁହାଯାଉଛି ।

ଏହା ବି ପଢନ୍ତୁ...ନିର୍ବାଚନ ପୂର୍ବରୁ ବିଜେଡିର ସମରସଜ୍ଜା, ଦଳକୁ ସଂଗଠିତ କରିବାକୁ ସମ୍ବଲପୁରରେ ଚାଲିଛି ଅଙ୍କକଷା
ସୂଚନା ଅନୁୟାୟୀ, ଦିଗପହଣ୍ଡି ପଞ୍ଚାୟତ ସମିତିର 25ଟି ପଞ୍ଚାୟତ ରହିଥିବାବେଳେ ଗତ ପଞ୍ଚାୟତ ନିର୍ବାଚନ ପରେ ଏଠାକାର ନିର୍ବାଚିତ ବ୍ଲକ ଅଧ୍ଯକ୍ଷାଙ୍କ ଅକାଳ ବିୟୋଗ ହୋଇଥିଲା। ତାଙ୍କ ବିୟୋଗ ପରେ ଏହି ପଦବୀ ଖାଲି ପଡି ରହିଥିଲା। ପଞ୍ଚାୟତ ସମିତିର ଅଧ୍ଯକ୍ଷା ନିର୍ବାଚନ ପାଇଁ ଆଜି ତାରିଖ ଧାର୍ଯ୍ୟ ହୋଇଛି । ଗତ ଅଗଷ୍ଟ ମାସର 31 ତାରିଖରେ ପ୍ରଥମେ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ପରିବର୍ତ୍ତନ କରାଯାଇଥିଲା।

ଏହା ବି ପଢନ୍ତୁ... ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ବିପିନ ଶିବିରରେ ୧୪ ସମିତିସଭ୍ୟ, ପାଳି କରି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

ସମୁଦାୟ 25 ଜଣ ସମିତିସଭ୍ଯଙ୍କ ମଧ୍ଯରୁ ଦିଗପହଣ୍ଡିର ପୂର୍ବତନ ବରିଷ୍ଠ ନେତା ବିପିନ ପ୍ରଧାନଙ୍କ ଶିବିରରେ 14 ଜଣ ସମିତିସଭ୍ଯ/ସଭ୍ଯା ରହିଥିବା ପୂର୍ବତନ ବାଚସ୍ପତିଙ୍କ ପୁତ୍ର ବିପ୍ଲବ ପାତ୍ରଙ୍କ ପାଖରେ 10 ଜଣ ସମିତିସଭ୍ଯ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଏକ ମାମଲାରେ ଗିରଫ ହୋଇ ଜେଲରେ ରହିଥିବାରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ରାଜନୀତି ସରଗରମ ରହିଛି । ଆଉ ଏଭଳି ସମୟରେ ଆସନ୍ତାକାଲିର ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Oct 4, 2023, 7:02 AM IST

ABOUT THE AUTHOR

...view details