ଗତ 20ତାରିଖରୁ ଭଦ୍ରକରୁ ଯାତ୍ରା ଆରମ୍ଭ କରିଥିବା ବିଭୂତି 22ଦିନ ମଧ୍ୟରେ କନ୍ୟାକୁମାରୀ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି । ସେ ସାଇକେଲରେ ପ୍ରାୟ 3 ହଜାର କିଲୋମିଟର ଯାତ୍ରା କରିବେ ବୋଲି କହିଛନ୍ତି । ଏହି ସାଇକେଲ ଯାତ୍ରାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତୈଳ ବଞ୍ଚାଇବା, ତମାଖୁ ଛାଡିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି । ଦୈନିକ ସେ 150ରୁ 160 କିଲୋମିଟର ଯାତ୍ରା କରୁଥିବା କହିଛନ୍ତି ।
ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି...ସାଇକେଲରେ ଭଦ୍ରକରୁ କନ୍ୟାକୁମାରୀ - ଶ୍ରଦ୍ଧାଞ୍ଜଳି
ସାଇକେଲ ଯାତ୍ରାରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ଗତ 20ତାରିଖରୁ ଭଦ୍ରକରୁ ଯାତ୍ରା ଆରମ୍ଭ କରିଥିବା ବିଭୂତି 22ଦିନ ମଧ୍ୟରେ କନ୍ୟାକୁମାରୀ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ପୂର୍ବରୁ ବିଭୁତି ସାଇକେଲରେ ଭଦ୍ରକରୁ ପୁରୀ-କୋଣାର୍କ ପରିକ୍ରମା କରିଥିବା ବେଳେ ଗତ ଡିସେମ୍ବର ୮ ତାରିଖରେ ଭୁବନେଶ୍ବର-କୋରାପୁଟ ଯାତ୍ରା କରିଥିଲେ । ଏଥିସହ ଆଗାମୀ ୨୦୨୦ ମସିହାରେ ସାଇକେଲରେ ସାରା ଭାରତ ପରିକ୍ରମା କରିବାକୁ ଯୋଜନା ରଖିଥିବା କହିଛନ୍ତି ବିଭୂତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ